Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୃତ୍ୟୁ ଏମିତି ବି ଆସେ : ଠିଆ ହେଇଥିଲେ, ଟଳିପଡ଼ିଲେ, ଜୀବନ ଗଲା

କଳାହାଣ୍ଡି,୦୯/୦୧-ଦାଣ୍ଡ ଦୁଆରେ ଠିଆ ହେଇଥିଲେ, ହଠାତ୍ ଟଳିପଡ଼ିଲେ। ପାଖପଡ଼ିଶା ଲୋକେ ଦଉଡ଼ି ଆସି ହସ୍ପିଟାଲ ନେଲେ ! ତେବେ ହସ୍ପିଟାଲରେ ପହଞ୍ଚିବା କ୍ଷଣି ଡାକ୍ତର ମ୍ରୁତ ଘୋଷଣା କରିଦେଲେ। ଏପରି ଏକ ଅଭାବନୀୟ ଘଟଣା ଲାଞ୍ଜିଗଡ଼ ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି। ଦୁନିଆ ବିଷୟରେ କିଛି ଜାଣିବା ଆଗରୁ, ଦୁନିଆ ଦେଖିବା ଆଗରୁ ହଠାତ୍ ଦୁନିଆ ଛାଡ଼ି ଆରପାରିକୁ ଚାଲିଯାଇଛନ୍ତି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ସହରର ରାମଚନ୍ଦ୍ର ପୁଝାରୀଙ୍କ କଲେଜ ପଢ଼ୁଆ ପୁଅ ଶରତ ପୁଝାରୀ(୧୯)। ଆଜି ଦିନ ଦଶଟା ସମୟରେ ନିଜ ଘର ଦୁଆର ମୁହଁରେ ଠିଆ ହୋଇଥିବାବେଳେ ହଠାତ୍ ତଳେ ପଡ଼ିଯାଇଥିଲେ। ସେ ପଡ଼ିଯିବା ଦେଖି ପରିବାର ଓ ପାଖପଡ଼ୋଶୀ ଲୋକେ ତାଙ୍କୁ ଲାଞ୍ଜିଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମ୍ରୁତ ଘୋଷଣା କରିଥିଲେ। ଏହାପରେ ଆମ୍ବୁଲାନ୍ସ ଯୋଗେ ଶବ ଘରକୁ ଅଣାଯିବା ପରେ କାନ୍ଦବୋବାଳିରେ ଘର ଫାଟିପଡ଼ୁଛି। ଭେଣ୍ଡିଆ ପୁଅର ଆକସ୍ମିକ ବିୟୋଗରେ ପରିବାର ସଂପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛନ୍ତି। ଲାଞ୍ଜିଗଡ଼ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବାବେଳେ ଅତ୍ୟନ୍ତ ଶୋକାକୁଳ ପରିବେଶରେ ଗାଁ ଶ୍ମଶାନରେ ଦାହସଂସ୍କାର କରାଯାଇଛି। ଶରତଙ୍କ ବିୟୋଗରେ କଳାହାଣ୍ଡି ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶିବାଜୀ ମାଝୀ, କଳାହାଣ୍ଡି ପାଇକ ସମାଜର କୁଳାଧ୍ୟକ୍ଷ ଚନ୍ଦ୍ରଧ୍ବଜ ପେସନିଆ, ଆଞ୍ଚଳିକ ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀଧର ପେସନିଆ, ଲାଞ୍ଜିଗଡ଼ ସରପଞ୍ଚ ସରସ୍ବତୀ ମୁଣ୍ଡା, ଯୁବନେତା ହିମାଦ୍ରୀ ପେସନିଆ, ଶିଶିର ପୁଝାରୀ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ