Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହାତ୍ମା ଗାନ୍ଧୀଙ୍କ ପରିଚୟ ଏବଂ ବିଚାରଧାରା ବିଜେପି-ଆରଏସଏସକୁ ସର୍ବଦା ଚିନ୍ତିତ କରୁଛି: ତୁଷାର ଗାନ୍ଧୀ

ନୂଆଦିଲ୍ଲୀ: ଗାନ୍ଧୀଜୀଙ୍କ ପ୍ରକୃତ ପରିଚୟ ଏବଂ ବିଚାରଧାରା ବିଜେପି-ଆରଏସଏସକୁ ସର୍ବଦା ବ୍ୟଥିତ କରୁଛି। ଏହା କହିଛନ୍ତି ଲେଖକ ତଥା ମହାତ୍ମା ଗାନ୍ଧୀଙ୍କ ଅଣନାତି ତୁଷାର ଗାନ୍ଧୀ। ସେ ଏହା ମଧ୍ୟ କହିଛନ୍ତି ଏନସିଇଆରଟିର ପାଠ୍ୟପୁସ୍ତକରୁ କିଛି ଅଧ୍ୟାୟ ହଟାଇ ଦିଆଯିବାରେ ସେ ଆଶ୍ଚର୍ଯ୍ୟ ନୁହନ୍ତି, ମାତ୍ର ଚିନ୍ତିତ ଯେ ଏହି ଧରଣର କାମ ଆଗକୁ ଜାରି ରହିପାରେ।

ଗତ ବୁଧବାର ଇଣ୍ଡିଆନ ଏକ୍ସପ୍ରେସ୍ ସହ ଆଲୋଚନା ବେଳେ ତୁଷାର ଗାନ୍ଧୀ କହିଛନ୍ତି, ପାଠ୍ୟପୁସ୍ତକରୁ ଅଧ୍ୟାୟ ହଟାଯିବାରୁ ସଂଘ ପରିବାରର ଭୁଲ୍ ସୂଚନାର ଅଭିଯାନକୁ ଅଧିକ ସ୍ଵୀକୃତି ମିଳିବ। ସଂଘ ପରିବାର ଦ୍ଵାରା ଇତିହାସକୁ ବଦଳାଯିବା ପ୍ରୟାସ ମୋତେ ଆଶ୍ଚର୍ଯ୍ୟ କରୁନି। ଏବେ ସେମାନେ ନିଜ ହିସାବରେ ଇତିହାସ ରଚନା କରିବେ। ଗାନ୍ଧୀଙ୍କୁ ସେହି ପରି ଦର୍ଶାଯିବ ଯେମିତି ସେମାନେ ଦେଖିବାକୁ ଚାହାନ୍ତି। ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କ ବାସ୍ତବିକ ପରିଚୟ ଏବଂ ବିରାସତ ସେମାନଙ୍କୁ ସର୍ବଦା ଚିନ୍ତିତ କରୁଛି ବୋଲି ତୁଷାର ଗାନ୍ଧୀ କହିଛନ୍ତି।

ସେ ଏହା ମଧ୍ୟ କହିଛନ୍ତି, ବିଜେପି କ୍ଷମତାକୁ ଆସିବା ମାତ୍ରେ ଇତିହାସକୁ ବିକୃତ କରିବାକୁ ଉଦ୍ୟମ ଚଳାଇଛନ୍ତି। ଏହା ଦ୍ଵାରା ସେମାନେ ଲୋକଙ୍କ ବ୍ରେନ ଓ୍ଵାସ କରି ପାରିବେ। ରଚନାତ୍ମକ ଭାବେ ମିଥ୍ୟାକୁ ଲେଖିବାକୁ ଉଦ୍ୟମ କରିବେ। ନିଜର ବିଚାରଧାରାକୁ ପୁସ୍ତକ ମାଧ୍ୟମରେ ପିଲାଙ୍କ ଉପରେ ଲଦିବେ।

ସୂଚନାଯୋଗ୍ୟ, ଏନସିଇଆରଟି ଦ୍ଵାରା ଦ୍ଵାଦଶ ଶ୍ରେଣୀର ରାଜନୀତି ବିଜ୍ଞାନ ଏବଂ ଇତିହାସର ପାଠ୍ୟପୁସ୍ତକରୁ ଗାନ୍ଧୀ, ତାଙ୍କ ହତ୍ୟାକାରୀ ନାଥୁରାମ ଗୋଡସେ ଏବଂ ଆରଏସଏସ ଉପରେ ୧୯୪୮ରେ ଲାଗିଥିବା କଟକଣା ସମ୍ବନ୍ଧିତ ଅଧ୍ୟାୟକୁ ହଟାଇ ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ