Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳା, ସଂସ୍କୃତି ଓ ମହାନ ପରମ୍ପରାର ଜ୍ବଳନ୍ତ ନିଦର୍ଶନ : ଉଦଯାପିତ ହେଲା ୨୬ତମ ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ

କଳାହାଣ୍ଡି,୧୨/୦୧-କଳାହାଣ୍ଡିର କଳା, ସଂସ୍କୃତି, ଲୋକନୃତ୍ୟ, ଲୋକବାଦ୍ୟ ଆଦି ମହାନ ପରମ୍ପରାର ଜ୍ବଳନ୍ତ ନିଦର୍ଶନ କଳାହାଣ୍ଡି ଉତ୍ସବ ଘୁମୁରାର ଲାଞ୍ଜିଗଡ଼ ବ୍ଲକସ୍ତରୀୟ ସଂସ୍କରଣ ଆଜି ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଶେଷ ହୋଇଯାଇଛି। ଉତ୍ସବ ପ୍ରାରମ୍ଭରେ ଭୈରବ ପୀଠରୁ ମଶାଲ ଅଣାଯାଇ ବିଶ୍ବନାଥପୁର ଗୋପବନ୍ଧୁ ହାଇସ୍କୁଲ ପଡ଼ିଆସ୍ଥିତ କାର୍ଜି ମାଝୀ ମଞ୍ଚରେ ସ୍ଥାପନ ପରେ ଉତ୍ସବର ଶୁଭାରମ୍ଭ ହୋଇଥିଲା। ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ ଯୋଗଦେଇ ଥିବାବେଳେ ବିଶିଷ୍ଟ ଅତିଥି ଭାବେ କଳାହାଣ୍ଡି ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀ, ମୁଖ୍ୟବକ୍ତା ଭାବେ ମଧୁପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବେଦବ୍ୟାସ ପ୍ରଧାନ, ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ଜିଲ୍ଲା ପରିଷଦ ସଭ୍ୟ ପରୀକ୍ଷିତ ନାଏକ, ଅଞ୍ଜଳୀ ମାଝୀ, ବିଶ୍ଵନାଥପୁର ସରପଞ୍ଚ ସୁରଥ ମାଝୀ, ସିଡିପିଓ ବିଜୟଶ୍ରୀ ସିଂ ଦେଓ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଟଙ୍କଧର ମାଝୀ, ବରିଷ୍ଠ ନାଗରିକ ରଘୁବୀର ନାଗ, ଅନନ୍ତରାମ ପ୍ରଧାନୀ, ଲାଞ୍ଜିଗଡ଼ ପ୍ରେସକ୍ଲବ ସଭାପତି କୈଳାସ ସାହୁ, ପିଇଡବ୍ଲ୍ୟୁ ମିଡ଼ିଆ ଏସୋସିଏସନ ସଭାପତି ନୀଲେଶ କୁମାର ନାଗ, ଲାଞ୍ଜିଗଡ ବ୍ଲକ କଳାକାର ସଂଘ ଉପସଭାପତି ବବୃବାହନ ଘଡ଼େଇ, ମଶାଲ କମିଟି ମୁଖ୍ୟ ବଳରାମ ବେହେରା, ପୂର୍ବତନ ଅଧ୍ୟକ୍ଷ ମନୋହର ହରପାଲ ପ୍ରମୁଖ ମଞ୍ଚାସୀନ ଥିଲେ। ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଜଗଦୀଶ ବେନିଆଁ ସ୍ବାଗତ ଅଭିଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିବାବେଳେ ସୁଶୀଲ କୁମାର ବାଗ ସଭା ପରିଚାଳନା କରିଥିଲେ। ଦ୍ବିତୀୟ ଅଧିବେଶନରେ ଅତିଥି ଭାବେ ବିଡିଓ ଶଶାଙ୍କ ପାତ୍ର, ସୁପ୍ରଭା ପାତ୍ର, ରାଜଶ୍ରୀ ମହାପାତ୍ର ଯୋଗ ଦେଇଥିବାବେଳେ ବ୍ଲକ ଅଧ୍ୟକ୍ଷା କମଳା ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଏଇ ଅବସରରେ ଅନୁଷ୍ଠିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ସ୍କୁଲ ଓ କଲେଜ ତଥା ଅନୁଷ୍ଠାନରୁ ୭୦ରୁ ଅଧିକ ସାଂସ୍କୃତିକ ଦଳ କଳା ପରିବେଷଣ କରିଥିଲେ। ଧଅଁରାଭଟା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ପରିବେଷିତ ଏକାଙ୍କିକା ଅତ୍ୟନ୍ତ ମନଛୁଆଁ ହୋଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମକୁ ଗୋପାଳଦାସ ମହାନନ୍ଦ ଓ ନିହାରୀକା ବିଶ୍ବାଳ ପରିଚାଳନା କରିଥିଲେ। ଏଥିରେ ଅଧ୍ୟକ୍ଷାଙ୍କ ପ୍ରତିନିଧି ହରିଶଙ୍କର ପାତ୍ର, ବ୍ଲକ ମଙ୍ଗଳ ଅଧିକାରୀ ପଙ୍କଜ ବଳୀୟାର ସିଂହ, ଜିପିଇଓ ସରୋଜ ପ୍ରଧାନ, ସାମାଜିକ ସଂପ୍ରସାରଣ ଅଧିକାରୀ ଅରବିନ୍ଦ ମହାପାତ୍ର, ବିପିସି ଜାଭେଦ ଖାନ, ଯୋଗେଶ୍ବର ଶବର, ବିପିଏମ୍ ସଞ୍ଜୀବ କହଁରଙ୍କ ସମେତ ବ୍ଲକସ୍ତରୀୟ ଅଧିକାରୀ ଓ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେହିପରି ବିଳମ୍ବିତ ରାତି ଯାଏଁ ଚାଲିଥିବା ସାଂସ୍କୃତିକ କାର୍ଯ୍ୟକ୍ରମକୁ ବ୍ଲକର ବିଭିନ୍ନ ଅଞ୍ଚଳରୁ ଦଶ ହଜାରରୁ ଉର୍ଦ୍ଧ୍ବ ଜନସାଧାରଣ ଉପଭୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ