Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲାଞ୍ଜିଗଡ଼ ଭୈରବ ପୀଠରୁ ବାହାରିଲା ମଶାଲ ଶୋଭାଯାତ୍ରା

କଳାହାଣ୍ଡି,୧୩/୦୧-କଳାହାଣ୍ଡି କଳା, ସଂସ୍କ୍ରୁତି ଓ ଐତିହ୍ୟର ବାର୍ତ୍ତାବହ କଳାହାଣ୍ଡି ଉତ୍ସବର ଅବ୍ୟବହିତ ପୂର୍ବରୁ ଲାଞ୍ଜିଗଡ଼ର ଐତିହାସିକ ଭୈରବପୀଠରୁ ୨୬ତମ କଳାହାଣ୍ଡି ଉତ୍ସବ ପାଇଁ ଏକ ମଶାଲ ଶୋଭାଯାତ୍ରା ଆରମ୍ଭ ହୋଇଛି। ଭୈରବ ପୀଠରେ ପୂଜାର୍ଚ୍ଚନା ପରେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ରାଜେନ୍ଦ୍ର ସିଂହଦେଓ, ପୂର୍ବତନ ସରପଞ୍ଚ ଚନ୍ଦ୍ରଧ୍ବଜ ପେସନିଆ, ସରପଞ୍ଚ ସରସ୍ବତୀ ମୁଣ୍ଡା, ବେଦାନ୍ତ ଲିମିଟେଡ୍ ସିଏସ୍ଆର୍ ବିଭାଗର ଶ୍ରୀମୁଖ ଅଗସ୍ତି, ପ୍ରଦୋଷ ପୁଷ୍ଟି, ବସନ୍ତ ନାଏକ, ଦାଶରଥୀ ତାଣ୍ଡି ପ୍ରମୁଖ ମଶାଲକୁ ସ୍ବାଗତ କରିବା ସହିତ ଏକ ଶୋଭାଯାତ୍ରାରେ ପାଛୋଟି ନେଇଥିଲେ। ମଶାଲ ଯାତ୍ରୀ ଦଳ ବିଶ୍ବନାଥପୁରରେ ପହଞ୍ଚିବା ପରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସରୋଜ କୁମାର ପ୍ରଧାନ, ସମାଜ ମଙ୍ଗଳ ସଂପ୍ରସାରଣ ଅଧିକାରୀ ପଙ୍କଜ ବଳୀୟାର ସିଂହ, ମାଁ ହୀରାନୀଳା ପ୍ରଗତି ୟୁବା କେନ୍ଦ୍ର ସଭାପତି କିଶୋର କୁମାର ଘଡେ଼ଇ, ବିଶ୍ଵନାଥପୁର ଏମବିକେ କସ୍ତୁରୀ ମହାପାତ୍ର, ସିଆରପି ସୁକାନ୍ତୀ ପ୍ରଧାନୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ପ୍ରମୁଖ ମଶାଲ ଯାତ୍ରାକୁ ସ୍ବାଗତ କରିବା ସହିତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ପୋଖରୀବନ୍ଧ ଓ ସିକେରକୁପା ପରେ ଲାଞ୍ଜିଗଡ଼ରୋଡ଼ ପଞ୍ଚାୟତ କିଡିଙ୍ଗଠାରେ ମଶାଲ ଅଭିଯାତ୍ରୀ ଦଳକୁ ଭବ୍ୟ ସ୍ବାଗତ କରାଯାଇଥିଲା। ଲାଞ୍ଜିଗଡ଼ ରୋଡ଼ ସରପଞ୍ଚ ମମତା ଶବର, ସମାଜସେବୀ ଈଶ୍ବର ବଗର୍ତ୍ତି, ସାମ୍ବାଦିକ ନୀଲେଶ କୁମାର ନାଗ, ମହିଳା ଗୋଷ୍ଠୀର ସଦସ୍ୟାଙ୍କ ସମେତ ଯୁବଗୋଷ୍ଠୀ, ଜନସାଧାରଣ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଆସନ୍ତାକାଲି ଏହି ଅଭିଯାତ୍ରୀ ଦଳ ଭବାନୀପାଟଣା ପହଞ୍ଚିବା ପରେ ଉତ୍ସବ ସ୍ଥଳରେ ମଶାଲ ସ୍ଥାପନ କରାଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ