Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସହିଦ ରେଣ୍ଡୋ ମାଝୀ ଓ ଡୋକରୀ ପୀଠରୁ ବାହାରିଲା ମଶାଲ ଶୋଭାଯାତ୍ରା

କଳାହାଣ୍ଡି,୧୩/୦୧-୨୬ତମ କଳାହାଣ୍ଡି ଉତ୍ସବ ଘୁମୁରା ଉପଲକ୍ଷେ ଉର୍ଲାଦାନୀ ସହିଦ ରେଣ୍ଡୋମାଝୀ ପୀଠ ଓ ମ. ରାମପୁର ରାଜ ବାଟିକାସ୍ଥିତ ମାଁ ଡୋକରୀଙ୍କ ପୀଠରୁ ଭବାନୀପାଟଣା ଅଭିମୁଖେ ମଶାଲ ଶୋଭାଯାତ୍ରା ଆରମ୍ଭ ହୋଇଯାଇଛି। ଜିଲ୍ଲା ସଂସ୍କୃତି ବିଭାଗ, କଳାହାଣ୍ଡି ଉତ୍ସବ ମଶାଲ ଉପକମିଟି, ନେହରୁ ଯୁବକେନ୍ଦ୍ରର ମିଳିତ ପ୍ରୟାସରେ ହେଉଥିବା ଏଇ କାର୍ଯ୍ୟକ୍ରମରେ ଅତିଥି ଭାବେ ହୀରେନ୍ଦ୍ର ସିଂଦେଓ, ସମାଜସେବୀ ସତ୍ୟ ସାହୁ, ବରିଷ୍ଠ ସାମ୍ବାଦିକ ଉଦ୍ଧବ ପଣ୍ଡା, ପଞ୍ଚାୟତ ନିର୍ବାହୀ ଅଧିକାରୀ ରମାକାନ୍ତ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ମଶାଲ ଯାତ୍ରାକୁ କୁଶୁର୍ଲା ହଜାରୀପଡ଼ା କଳାରୁଦ୍ର ଯୁବକ ସଂଘର ସମାଜସେବୀ ସୁରେନ୍ଦ୍ର ସାହୁ, ହେମନ୍ତ ସାହୁ, ହରପ୍ରସାଦ ସାହୁ, ଉର୍ଲାଦାନୀ ଗୋପବନ୍ଧୁ ଯୁବକ ସଂଘର ସମ୍ପାଦକ ଅନୀଲ ପରାସେଠ, ଚନ୍ଦନ ଜେନା, କ୍ଷୀରୋଦମଣି ଧରୁଆ, ଲିଙ୍ଗରାଜ ରଣା, ଚିଣ୍ଟୁ ନାଏକ, ରାଜୀବ ନାଏକ, ସୁନୀଲ ପାତ୍ର ସାମିଲ ହୋଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ମଶାଲ ଶୋଭାଯାତ୍ରାକୁ ବିଭିନ୍ନ ପଞ୍ଚାୟତରେ ସ୍ୱାଗତ କରିବା ସହ ନର୍ଲା ବ୍ଲକ ପ୍ରଶାସନ ପକ୍ଷରୁ ମଧ୍ୟ ସ୍ୱାଗତ କରାଯାଇଥିଲା। କଳାରୁଦ୍ର ଯୁବକ ସଂଘ ତଥା ଜାତୀୟ ଯୁବ ସ୍ବେଛାସେବୀ ସନତ କୁମାର ସାହୁଙ୍କ ନେତୃତ୍ୱରେ ସ୍ବେଚ୍ଛାସେବୀମାନେ ମଶାଲ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି।