ପାରଳାଖେମୁଣ୍ଡି ଠାରେ ଇଭିଏମ୍ ଏବଂ ଭିଭିପ୍ୟାଟ ପ୍ରଦର୍ଶନ ସଚେତନାର ରଥ ଶୁଭାରମ୍ଭ କଲେ ଗଜପତି ଜିଲ୍ଲାପାଳ


ପାରଳାଖେମୁଣ୍ଡି:୧୬/୧(ଗରୁଡ଼ ଧ୍ଵଜ ଚୌଧୁରୀ)ଚଳିତ ବର୍ଷ ଅନୁଷ୍ଠିତ ନିର୍ବାଚନ ନିମନ୍ତେ ବ୍ୟବହୃତ ହେବାକୁ ଥିବା ଇଭିଏମ୍ ଓ ଭିଭିପ୍ୟାଟ ର ବ୍ୟବହାର କରି କିଭଳି ଭୋଟଦାତା ଗଣ ନିଜର ମତ ସାବ୍ଯସ୍ତ କରିବେ ସେ ସମ୍ପର୍କରେ ଏକ ସଚେତନତା ରଥ ସମଗ୍ର ଜିଲ୍ଲାରେ ସଚେତନତା କରିବ। ଏଥି ନିମନ୍ତେ ଆଜି ଗଜପତି ଜିଲ୍ଲାପାଳ-ତଥା-ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ତିନି ଗୋଟି ସଚେତନତା ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ରଥ ଜାନୁୟାରୀ ୧୬ ତାରିଖ ଠାରୁ ପେବୃୟାରୀ ୨୮ ତାରିଖ ପର୍ଯ୍ୟନ୍ତ ସମସ୍ତ ବ୍ଲକ୍, କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପାରଳାଖେମୁଣ୍ଡି ପୌରାଞ୍ଚଳରେ ସଚେତନତା ରଥ ଭୋଟଦାତା ମାନଙ୍କୁ ସଚେତନ କରାଇବାର କାର୍ଯ୍ୟକ୍ରମ ରହିଅଛି । ଏହି ସଚେତନତା ରଥ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ସମସ୍ତ ବ୍ଲକ୍ ଓ ପଞ୍ଚାୟତ କାର୍ଯ୍ୟାଳୟରେ ଠାରେ ଭୋଟଦାତା ଗଣ ଭୋଟ ଦେବାର ପ୍ରକ୍ରିୟା ସମ୍ପର୍କରେ ଅବଗତ ହୋଇ ପାରିବେ । ଏହା ସଙ୍ଗେ ସଙ୍ଗେ ଭୋଟଦାତା ଗଣ ଉକ୍ତ ଇଭିଏମ୍ ଦ୍ବାରା କିଭଳି ଭୋଟ ଦେବେ ତାହା ନିଜେ ଉକ୍ତ ସ୍ଥାନରେ ଭୋଟ ଦେଇ ଭୋଟ ଦେବାର ପ୍ରକ୍ରିୟା ସମ୍ପର୍କରେ ଅବଗତ ହୋଇ ପାରିବେ । ନୂତନ ତଥା ଯୁବ ଭୋଟ ଦାତାଗଣ ଏହି ଭୋଟଦାନ ପ୍ରକ୍ରିୟା ସମ୍ପର୍କରେ ଜାଣି ସଚେତନ ହୋଇପାରିବେ।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ , ନିର୍ବାଚନ ଡେପୁଟି ଜିଲ୍ଲାପାଳ କମଳକାନ୍ତ ପଣ୍ଡା, ସୁଶ୍ରୀ ତୃପ୍ତିମୟୀ ଜେନା, ପାରଳାଖେମୁଣ୍ଡି ପୌରପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ ବନମାଳୀ ଶତପଥୀ,ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ ।