Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଲ୍ୟ ବିବାହ, ଶିଶୁ ଶ୍ରମିକ, ଶିଶୁ ନିର୍ଯାତନା ରୋକିବାକୁ ନିଆରା ପ୍ରୟାସ

କଳାହାଣ୍ଡି,୧୮/୦୧-ଦେଶ ଆଜି ଏକବିଂଶ ଶତାବ୍ଦୀରେ ପହଞ୍ଚି ସାରିଥିବାବେଳେ ଆଜି ବି ଦେଶର ବିଭିନ୍ନ ସ୍ଥାନରେ କୁସଂସ୍କାରର ପ୍ରତୀକ ବାଲ୍ୟ ବିବାହ ପ୍ରଥା ସହିତ ଦିନକୁ ଦିନ ଶିଶୁଙ୍କ ଉପରେ ଯୌନ ନିର୍ଯାତନା ମଧ୍ୟ ବ୍ରୁଦ୍ଧି ପାଇବା ଦେଖିବାକୁ ମିଳୁଛି। ଏଥିପାଇଁ ଆଇନରେ କଠୋର ଦଣ୍ଡ ବ୍ୟବସ୍ଥା ରହିଛି ସତ କିନ୍ତୁ ଏ ଦିଗରେ ସଚେତନତା ଅଭାବରୁ ଏହାକୁ ରୋକାଯାଇ ପାରୁନାହିଁ। ସେହିପରି ଆଜି ପର୍ଯ୍ୟନ୍ତ ଶିଶୁ ଶ୍ରମିକ ପ୍ରଥାର ସଂପୂର୍ଣ୍ଣ ଉଚ୍ଛେଦ ହୋଇପାରିନାହିଁ। ଏସବୁକୁ ରୋକିବା ସହିତ ବ୍ୟାପକ ସଚେତନତା କରିବା ଉଦ୍ଦେଶ୍ୟରେ ସୁନାମଧନ୍ୟ ସ୍ବେଚ୍ଛାସେବୀ ସଂସ୍ଥା ଶକ୍ତି ସଂଗଠନ ତରଫରୁ ଚଳିତ ୨୬ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪ ଅବସରରେ ନିଆରା ପ୍ରୟାସ କରାଯାଇଛି। ଶକ୍ତି ସଂଗଠନର କଳାହାଣ୍ଡି ଜିଲ୍ଲା ସଂଯୋଜକ ସୁଜିତ ସେନ୍, ସିସିଏସ୍ଏ ଏସ୍. ସୁଜାତା, ସିସିଟି ଡେଭିଡ ନିଆଲଙ୍କ ଉଦ୍ୟମ କ୍ରମେ ଏକ ମାସ୍କଟ ଉତ୍ସବ ସ୍ଥଳ ଲାଲବାହାଦୁର ଶାସ୍ତ୍ରୀ ପଡ଼ିଆରେ ବୁଲିବା ସହିତ ଶିଶୁ ସୁରକ୍ଷା ଦିଗରେ ସଚେତନତାର ବାର୍ତ୍ତା ବାଣ୍ଟୁଛି। ଏଇ ମାସ୍କଟକୁ ନେଇ କଳାହାଣ୍ଡି ଉତ୍ସବରେ ସାମିଲ ହେଉଥିବା ହଜାର ହଜାର ଲୋକେ ଉତ୍ସୁକତା ପ୍ରକାଶ କରୁଥିବା ଦେଖିବାକୁ ମିଳିଛି। ବିଗତ ଚାରିଦିନ ମଧ୍ୟରେ ଏଇ ମାସ୍କଟ ଲକ୍ଷାଧିକ ଜନସାଧାରଣଙ୍କ ନିକଟରେ ପହଞ୍ଚିବା ସହିତ ଲୋକଙ୍କୁ ବାଲ୍ୟ ବିବାହ, ଶିଶୁ ଶ୍ରମିକ, ଶିଶୁ ଯୌନ ନିର୍ଯାତନା ସଂପର୍କରେ ସଚେତନ କରିଥିଲା। ଶକ୍ତି ସଂଗଠନର ଏଇ ନିଆରା ପ୍ରୟାସକୁ ବିଭିନ୍ନ ମହଲରେ ବେଶ୍ ପ୍ରଶଂସା କରାଯାଇଥିଲା।

More Stories