Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାମ୍ବାଦିକଙ୍କୁ ପେନସନ୍ ଓ ସୁରକ୍ଷା ଆଇନ ଦାବି କଲା କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନ

କଳାହାଣ୍ଡି,୧୮/୦୧-ଦେଶର ଅନ୍ୟାନ୍ୟ ରାଜ୍ୟ ଭଳି ଓଡ଼ିଶାରେ ସାମ୍ବାଦିକମାନଙ୍କୁ ଅବସର ପରେ ପେନସନ ଯୋଗାଇଦେବା ସହ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା ଲାଗି ଓଡ଼ିଶା ସାମ୍ବାଦିକ ୟୁନିଅନ୍ (ଓୟୁଜେ)ର ଜିଲ୍ଲା ଶାଖା କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନ ଦାବି କରିଛି। ଏହି ମର୍ମରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୟୁନିୟନ ପକ୍ଷରୁ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ଦିଆଯାଇଛି। ରାଜ୍ୟରେ ସାମ୍ବାଦିକମାନଙ୍କ ସୁରକ୍ଷା ଓ ସାମାଜିକ ନିରାପତ୍ତା ଜରୁରୀ ହୋଇପଡିଛି। ଇତିମଧ୍ୟରେ ହରିୟାଣା ,ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ ,ତାମିଲନାଡୁ ଆଦି ଅନେକ ରାଜ୍ୟ ଅବସରପ୍ରାପ୍ତ ସାମ୍ବାଦିକମାନଙ୍କ ଲାଗି ମାସିକ ପେନସନ ଯୋଜନା ଲାଗୁ କରିସାରିଛନ୍ତି । ପୂର୍ବରୁ ଏହାକୁ ଲାଗୁ କରିଥିବା କେତେକ ରାଜ୍ୟ ଏବେ ଏହାର ପରିମାଣ କୁ ବଢ଼ାଇବାକୁ ଯାଉଛନ୍ତି। ସେହିପରି ମହାରାଷ୍ଟ୍ର ଓ ଛତିଶଗଡ ଭଳି ରାଜ୍ୟ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରି ସାରିଥିବା ବେଳେ ଅନ୍ୟ କେତେକ ରାଜ୍ୟରେ ଏହା ବିଚାରାଧୀନ ରହିଛି। କୋଭିଡ୍ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଭଳି ସାମ୍ବାଦିକ ମାନଙ୍କୁ ସମ୍ମୁଖ କରୋନା ଯୋଦ୍ଧା ଭାବେ ଘୋଷଣା କରିଥିଲେ ଓ କରୋନାରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ପରିବାରକୁ ୧୫ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ ତାହା ବେଶ୍ ପ୍ରଶଂସନୀୟ। ସେହିଭଳି ୟୁନିୟନର ଦାବି କ୍ରମେ ସ୍ବାସ୍ଥ୍ୟ ବୀମାରାଶିକୁ ଦୁଇ ଲକ୍ଷଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବାକୁ ନେଇ ମଧ୍ୟ ୟୁନିୟନ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛି। ଏହି ପରିପ୍ରେକ୍ଷୀରେ ଅବସର ପରେ ଅସହାୟ ଅବସ୍ଥାର ସମ୍ମୁଖୀନ ହେଉଥିବା ସାମ୍ବାଦିକମାନଙ୍କୁ ସାମାଜିକ ନିରାପତ୍ତା ବ୍ୟବସ୍ଥା ମଧ୍ୟକୁ ଆଣି ତୁରନ୍ତ ମାସିକ ଅନ୍ୟୁନ ୨୦ ହଜାର ଟଙ୍କାର ପେନସନ ଯୋଗାଇ ଦେବାକୁ ଓୟୁଜେ ଦାବି ରଖିଛି। ଏହି ଦାବିକୁ ନେଇ ଓୟୁଜେ ସାଧାରଣ ସମ୍ପାଦକ କମ୍ବୁପାଣି ମିଶ୍ରଙ୍କ ନେତୃତ୍ବରେ ସାମ୍ବାଦିକମାନଙ୍କ ଏକ ପ୍ରତିନିଧି ଦଳ କଳାହାଣ୍ଡି ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଅବସରରେ ଜିଲ୍ଲା ସାଧାରଣ ସଂପାଦକ ସନ୍ତୋଷ କୁମାର ସିଂହଦେଓ, ଜିଲ୍ଲା ସଂପାଦକ ରାଜକୁମାର ସିଂହଦେଓ, ହେମନ୍ତ ସାହୁ, ସୁଶୀଲ କୁମାର ବାଗ, ଶିବାନନ୍ଦ ନାଏକ, ସୁଶାନ୍ତ କୁମାର ଦଳେଇ, ବରିଷ୍ଠ ସଦସ୍ୟ କିଶୋର ନାଏକ, ବରିଷ୍ଠ ସାମ୍ବାଦିକ ସ୍ୱାଧୀନ ପାତ୍ର, ଦେବେନ୍ଦ୍ର ବିଶି, ସ୍ନିଗ୍ଧାରାଣୀ ସିଂହ, ଶୁଭମ ରୋହିଲା, ଅଜିତ କୁମାର ଯାଦବ, କିଶନ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ