Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସଡକ ଦୁର୍ଘଟଣାରେ ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟାପିକାଙ୍କ ଅକାଳ ମୃତ୍ୟୁକୁ ନେଇ ଶୋକସଭା

ପାରଳାଖେମୁଣ୍ଡି:୧୯/୧(ଗରୁଡ଼ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଳାର ମହିଳା ଡିଗ୍ରୀ ମହାବିଦ୍ୟାଳୟର ତେଲୁଗୁ ବିଭାଗର ବରିଷ୍ଠ ଅଧ୍ୟାପିକା ସି.ଏଚ୍. ନିର୍ମଳା, ଏକ ସଡକ ଦୁର୍ଘଟଣାରେ ଅକାଳ ମୃତ୍ୟୁବରଣ କରିଥିବା ଯୋଗୁଁ ତାଙ୍କ ବିୟୋଗରେ କଲେଜ ପରିସରରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା. ଏନେଇ ପାରଳାଖେମୁଣ୍ଡି ସହର ସମେତ ମହାବିଦ୍ୟାଳୟରେ ମଧ୍ୟ ଏକ ଶୋକର ଛାୟା ଖେଳିଯାଇଛି। ସ୍ୱର୍ଗତ ଅଧ୍ୟାପିକାଙ୍କର ହଠାତ୍ ଚାଲିଯିବାକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି । ସେ ଜଣେ କର୍ମଠ ଅଧ୍ୟାପିକା ସହ ସରଳ ଓ ଅମାୟିକ ବ୍ୟକ୍ତିତ୍ବର ଅଧିକାରୀ ଥିଲେ। ଆଜି ତାଙ୍କର କର୍ମକ୍ଷେତ୍ର ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷା ଡଃ ରୀନା ସାହୁଙ୍କ ତତ୍ବାବଧାନରେ କର୍ମଚାରୀ ତଥା ଛାତ୍ରୀ ମାନଙ୍କର ସମାବେଶରେ ଏକ ଶୋକ ସଭା ଆୟୋଜନ କରାଯାଇ ସ୍ୱର୍ଗତ ଆତ୍ମାର ସଦ୍‌ଗତି ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା ପୂର୍ବକ ସ୍ମୃତି ଚାରଣ କରାଯାଇଥିଲା। ସ୍ୱର୍ଗତ ଅଧ୍ୟାପିକା ସି.ଏଚ୍.ନିର୍ମଳାଙ୍କର ଅକାଳ ମୃତ୍ୟୁ ଅନୁଷ୍ଠାନ ପାଇଁ ଏକ ଅପୂରଣୀୟ କ୍ଷତି ।

More Stories