Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋ ଓଡିଶା ନବୀନ ଓଡିଶା ଭି. କାର୍ତ୍ତିକେୟ ପାଣ୍ଡିଆନଙ୍କ ଗଜପତି ଜିଲ୍ଳା ଗସ୍ତ

ପାରଳାଖେମୁଣ୍ଡି:୨୩/୧(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ଗସ୍ତ କରିଛନ୍ତି ମୋ ଓଡିଶା ନବୀନ ଓଡ଼ିଶା ତଥା ୫- ଟି ଅଧ୍ୟକ୍ଷ ଭି. କାର୍ତ୍ତିକେୟ ପାଣ୍ଡିଆନ। ଦିନିକିଆ ଗସ୍ତରେ ଆସି ଗଜପତି ଷ୍ଟାଡିୟମ ଠାରେ ନୂଆ- ଓ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ କଲେଜ ଛାତ୍ର ଛାତ୍ରୀଙ୍କୁ ଉଦବୋଧନ ଦେଇ ସଠିକ୍ ମାର୍ଗରେ ଶିକ୍ଷ୍ୟା ଗ୍ରହଣ କରି ଗାଁ ସହ ନିଜ ପରିବାରର ସୁନାମ ରଖିବା ନିମନ୍ତେ ଉପଦେଶ ଦେଇଥିଲେ। ଏହା ପରେ ମୋ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ କାଶୀନଗର ବ୍ଲକ ଗସ୍ତରେ ଯାଇ ସାଧାରଣ ଜନତାଙ୍କୁ ଉଦବୋଧନ ଦେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଜପତି ଜିଲ୍ଲା ବାସୀଙ୍କୁ ଭଲ ପାଇବା ବାର୍ତ୍ତା ଦେବା ସହ ବିଭିନ୍ନ ଯୋଜନା ସମ୍ପର୍କରେ ଅବତାରଣା କରିବା ସହ ଲୋକଙ୍କ ପାଖରେ ପହଞ୍ଚି ଦରଖାସ୍ତ ଗ୍ରହଣ କରିଥିଲେ। ଏବଂ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ଗଜପତି ଜିଲ୍ଲା ବାସୀଙ୍କୁ ଖୁସି ଖବର ଶୁଣାଇବେ ବୋଲି ପ୍ରକାଶ କରିଥିଲେ। ଏହା ପରେ୫- ଟି ଅଧ୍ୟକ୍ଷ ମୋହନା ନିର୍ବାଚନ ମଣ୍ଡଳୀ ଆର.ଉଦୟଗିରି ବ୍ଲକ ଅନ୍ତର୍ଗତ ରାମଗିରିକୁ ହେଲିକପ୍ଟର ରେ ଆସି ହାଇସ୍କୁଲ ପଡିଆ ଠାରେ ଓହ୍ଲାଇ ଉପସ୍ଥିତ ଥିବା ଅଞ୍ଚଳର ଜନସାଧାରଣଙ୍କୁ ଉଦବୋଧନ ଦେଇ କହିଲେ କି ମୁଖ୍ୟମନ୍ତ୍ରୀ ଓଡ଼ିଶାର ସାଢେ଼ ଚାରି କୋଟି ଜନତାଙ୍କୁ ନିଜର ପାରିବାର ବୋଲି ଭାବନ୍ତି। ତେଣୁ ମହିଳା ମାନଙ୍କ ଚିକିତ୍ସା ନିମନ୍ତେ ଦଶ ଲକ୍ଷ ଏବଂ ପୁରୁଷ ମାନଙ୍କ ଚିକିତ୍ସା ନିମନ୍ତେ ପାଞ୍ଚ ଲକ୍ଷ ଟଙ୍କାର ବ୍ୟବସ୍ଥା କରିଥିବା ବେଳେ ଲକ୍ଷ୍ମୀ ଯୋଜନା ମାଧ୍ୟମରେ ମୋ ବସ ସେବା ସହ ଗାଁ ଗାଁ ରେ ବ୍ୟାଙ୍କ ସେବା କରିବା ସଙ୍ଗେ ନିକଟ ରେ ଭତ୍ତା ବୃଦ୍ଧି କରିବା ଯୋଜନା ମୁଖ୍ୟମନ୍ତ୍ରୀ କରୁଥିବା କହିଛନ୍ତି। ଏହା ସଙ୍ଗେ ଗଜପତି ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀର ବିକାଶ ସହ ଗାଁ ଗାଁ ରେ ବିକାଶ ନିମନ୍ତେ ୨୫୦କୋଟିରୁ ଅଧିକା ଅର୍ଥ ବରାଦ କରିବା ସହ ଗାଁ ଗାଁ ରେ ଉନ୍ନୟନ ମୂଳକ କାର୍ଯ୍ୟ ଚାଲୁ ରହିଥିବା ପ୍ରକାଶ କରିଛନ୍ତି। ଏହି ସବୁ ସାଧାରଣ ସଭା ଗୁଡ଼ିକରେ ଅଞ୍ଚଳର ହଜାର ହଜାର ଲୋକ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ୫- ଟି ଅଧ୍ୟକ୍ଷଙ୍କ ଠାରୁ ଶୁଣିବାକୁ ମିଳିଛି। ୫- ଟି ଅଧ୍ୟକ୍ଷଙ୍କ ଗସ୍ତ ସମୟରେ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ପର୍ଯ୍ୟଟନ ସଚିବ ବାଳମୁକୁନ୍ଦ ଭୂୟାଁଙ୍କ ସମେତ ବହୁ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ଆର. ଉଦୟଗିରି ବିଡିଓ ଲରିମନ୍ ଖର୍ସେଲ ପ୍ରମୁଖ ଉପସ୍ଥିତ ଥିବା ବେଳେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏହି ସବୁ ସାଧାରଣ ସଭା ଗୁଡ଼ିକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ, ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ, ବ୍ଲକ ବିଜେଡି ସଭାପତି ଭୀମ ପାଇକ, ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ଲକ୍ଷ୍ମୀ ନାରାୟଣ ଶବର, ରାୟଗଡ଼ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ନାୟକ, ଅନ୍ତର୍ଯ୍ୟାମୀ ଗମାଙ୍ଗ, ଜେମସ ରାଇକା, ଯୁବ, ଛାତ୍ର, ମହିଳା ବିଜେଡି ନେତା ଙ୍କ ସମେତଏସ ଡି ସି ସଭ୍ୟ ସଭ୍ୟା ମାନେ ଉପସ୍ଥିତ ରହିଥିଲେ। ସାଧାରଣ ସଭା ଗୁଡ଼ିକରେ ସ୍ଥାନୀୟ ଅଞ୍ଚଳର ଲୋକେ ଅଧାପନ୍ତରିଆ ଅବସ୍ଥାରେ ଥିବା କାର୍ଯ୍ୟ ସହ ନୂତନ ଆବଶ୍ୟକ କାର୍ଯ୍ୟ ଗୁଡ଼ିକ ୫ଟି ଅଧ୍ୟକ୍ଷଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ