Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଦାନ୍ତ ଲିମିଟେଡ ପରିସରରେ ମେଗା ରକ୍ତଦାନ ଶିବିର

କଳାହାଣ୍ଡି,୨୫/୦୧-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡସ୍ଥିତ ବେଦାନ୍ତ ଲିମିଟେଡ ପ୍ଲାଣ୍ଟ ପରିସରରେ ଏକ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ବେଦାନ୍ତ ଲିମିଟେଡ ସିଇଓ ପ୍ରଣବ ଭଟ୍ଟାଚାର୍ଯ୍ୟ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ମୁଖ୍ୟ ବିତ୍ତୀୟ ଅଧିକାରୀ ସୁରେଶ କୁମାର, ମୁଖ୍ୟ ଚିକିତ୍ସାଧିକାରୀ ଡା. ଅକ୍ଷୟ କୁମାର ସାହୁ, ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡା. ଅମିତ କୁମାର, ଡା. ଉପାସନା ମିଶ୍ର, ଡା. ପବନ କୁମାର, ଧର୍ମେନ୍ଦ୍ର ସାହୁ, ଆଶିଷ ସ୍ୱାଇଁ, କେଦାରନାଥ ଜେନା, ସୁମନ ସାହୁ ପ୍ରମୁଖ ଯୋଗ ଦେଇ ଶିବିରର ଉଦଘାଟନ କରିଥିଲେ। ଏହି ଅବସରରେ ୧୮୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଭବାନୀପାଟଣାସ୍ଥିତ ଓଡିଶା ରକ୍ତ ଭଣ୍ଡାର ତରଫରୁ ଅଜିତ କୁମାର ନାଏକ, ଡମ୍ବରୁଧର ସାହୁ, ଗିରିଶ ନାଏକ, ସଞ୍ଜୀବ ମହାକୁଡ, ତେଜରାଜ ଦଣ୍ଡସେନା ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ବେଦାନ୍ତ ଲିମିଟେଡ ପ୍ଲାଣ୍ଟ ହସ୍ପିଟାଲର କର୍ମଚାରୀମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ