Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଯୋଧ୍ୟାରେ ଏକନାଥ ସିନ୍ଦେ ଏବଂ ଫଡଣବିସ, କରିବେ ରୋଡ୍ ଶୋ, ସଞ୍ଜୟଙ୍କ ତାର୍ତ୍ସଲ୍ୟ- ଦୁହେଁ ନକଲ କରୁଛନ୍ତି

ନୂଆଦିଲ୍ଲୀ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସ ରାମ ଜନ୍ମଭୂମିରେ ଭଗବାନ ରାମଙ୍କ ପୂଜାର୍ଚ୍ଚନା ପାଇଁ ରବିବାର ଅଯୋଧ୍ୟା ପହଞ୍ଚିଛନ୍ତି। ଏହି ସମୟରେ ଉଭୟ ରୋଡ୍ ଶୋ କରିବେ। ମହାରାଷ୍ଟ୍ରର ଅନେକ ସାଂସଦ ଏବଂ ବଡ ନେତା ମଧ୍ୟ ଅଯୋଧ୍ୟା ପହଞ୍ଚିଛନ୍ତି।

ଏହା ପୂର୍ବରୁ ଲକ୍ଷ୍ନୌରେ ଏକନାଥ ସିନ୍ଦେ ଖବରଦାତାମାନଙ୍କୁ କହିଛନ୍ତି ଯେ, ମୁଁ ଅଯୋଧ୍ୟା ଯାଉଛି, ସେଠାରେ ରାମଲାଲାଙ୍କ ଦର୍ଶନ କରିବି ଏବଂ ଆଳତୀ ଉତାରିବି। ପ୍ରଭୁ ରାମଙ୍କ ଆଶୀର୍ବାଦ ଆମ ସହିତ ରହିଛି। ଏଥିପାଇଁ ଆମକୁ ଧନୁ ବାଣ ଚିହ୍ନ ମିଳିଛି।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ଯାତ୍ରାକୁ ନେଇ ସଞ୍ଜୟ ରାଉତ ଟିପ୍ପଣୀ କରିଛନ୍ତି। ସେ କହିଛନ୍ତି, ମୁଁ ବି ଅନେକ ଥର ଅଯୋଧ୍ୟା ଯାଇଛି। ମାତ୍ର ବାବ୍ରି ମସଜିଦ ପ୍ରସଙ୍ଗରେ ବିଜେପି ଆମ ସହ ଅଯୋଧ୍ୟା ଆସିନଥିଲା। ସେ ସମୟରେ ପଳାୟନ କରିଥିଲା ଏବଂ ଆଜି ଗଦାରଙ୍କ ହାତ ଧରି ଅଯୋଧ୍ୟା ଯାଉଛନ୍ତି। ଏମିତି ଲୋକଙ୍କୁ ପ୍ରଭ ଶ୍ରୀରାମଙ୍କ ଆଶୀର୍ବାଦ ମିଳେ ନାହିଁ। ଏବେ ଆମର ନକଲ କରୁଥିବା ସଞ୍ଜୟ ରାଉତ କହିଛନ୍ତି।

ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସ ଅଯୋଧ୍ୟା ଗସ୍ତ କରିବା ପୂର୍ବରୁ କହିଥିଲେ, ମୁଁ ବହୁତ ଖୁସି ଯେ ଆଜି ରାମଲାଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟା ଯାଉଛି। ମୁଁ ରାମ ଜନ୍ମଭୂମି ଆନ୍ଦୋଳନ ସହ ଜଡିତ ଥିଲି। ସମସ୍ତ କାରସେବକଙ୍କ ଗହଣରେ ଉପସ୍ଥିତ ରହିଥିଲି।

ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ନିର୍ମାଣ କାର‌୍ୟ୍ୟ ଜୋରସୋରରେ ଆଗେଇ ଚାଲିଛି। ସମଗ୍ର ଦୁନିଆର ଲୋକେ ରାମ ମନ୍ଦିର ନିର୍ମାଣ ପରେ ଏଠାକୁ ଆସି ରାମଲଲାଙ୍କ ଦର୍ଶନ କରିବାକୁ ଆତୁର। ଚଳିତ ବର୍ଷ ଡିସେମ୍ବରରେ ହିଁ ରାମ ମନ୍ଦିରର ଉଦଘାଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯିବ। ଆସନ୍ତା ବର୍ଷ ଜାନୁଆରୀ ୧୪ରେ ମକର ସଂକ୍ରାନ୍ତି ଉପଲକ୍ଷେ ରାମଲଲାଙ୍କ ମୂର୍ତ୍ତି ସ୍ଥାପନ ସହ ଶେଷ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ