Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିଶ୍ୱନାଥପୁର ଧନୁଯାତ୍ରା ମହୋତ୍ସବ : ମାର୍କେଟ ଘାଣ୍ଟିବ ବାହୁବଳୀ ତପସ୍ୟା ଗଣନାଟ୍ୟ : ଦର୍ଶକ ଦେଖିବେ ଟେଲି ତାରକା ମିଲନ ଓ ସାରାଙ୍କ ଦମଦାର ଅଭିନୟ

କଳାହାଣ୍ଡି,୨୬/୦୧-ଗୌରବମୟ ଅଷ୍ଟମ ବର୍ଷରେ ପଦାର୍ପଣ କରିଥିବା କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଧନୁଯାତ୍ରା ମହୋତ୍ସବରେ ଦର୍ଶକଙ୍କ ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବାବେଳେ ଦର୍ଶକମାନଙ୍କ ଭରପୁର ମନୋରଞ୍ଜନ ପାଇଁ ଧନୁ୍‌ଯାତ୍ରା ପରିଚାଳନା କମିଟି ପକ୍ଷରୁ ଅଣାଯାଇଛି ଓଡିଶାର ଚର୍ଚ୍ଚିତ ଅପେରା ବାହୁବଲୀ ତପସ୍ୟା ଗଣନାଟ୍ୟ। ୨୭ତାରିଖ ରାତିରୁ ବିଶ୍ୱନାଥପୁର ଧନୁଯାତ୍ରା ପଡିଆରେ ଏହି ଗଣନାଟ୍ୟର କଳାକାରମାନେ ନିଜନିଜ ଅଭିନୟର ଜଲୱା ଦେଖାଇବେ। ଏହାକୁ ନେଇ ଅଞ୍ଚଳର କଳାପ୍ରେମୀ ଦର୍ଶକମାନଙ୍କ ମଧ୍ୟରେ ବେଶ୍ ଉତ୍କଣ୍ଠା ଦେଖାଦେଇଥିବାବେଳେ ବିଶିଷ୍ଟ ଟେଲି ଅଭିନେତା ମିଲନ ଓ ଟେଲି ଅଭିନେତ୍ରୀ ସାରାଙ୍କ ଦମଦାର ଅଭିନୟ ଏଥର ମୁଖ୍ୟ ଆକର୍ଷଣ ପାଲଟିବ ବୋଲି ଧନୁଯାତ୍ରା କମିଟିର ଯୁଗ୍ମ ସଂପାଦକ ତରୁଣ କୁମାର ଦାସଙ୍କଠାରୁ ସୂଚନା ମିଳିଛି। ସେହିପରି ଅଞ୍ଚଳର ଅପେରା ଦର୍ଶକଙ୍କ ନିରୁତା ମନୋରଞ୍ଜନ ପାଇଁ ଉଭୟ ଗଣନାଟ୍ୟର ପରିଚାଳକ ଓ ଧନୁଯାତ୍ରା କମିଟିର ଆୟୋଜକମାନେ ଯଥାସମ୍ଭବ ପ୍ରୟାସ ଚଳାଇଥିବା ଜଣାପଡିଛି।