Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ସ୍ଥିତ ଢେପ ଓଡିଆ ସାହି ମୁଖ୍ୟ ରାସ୍ତାରେ ଇସ୍କନ୍ ପାରଳାଖେମୁଣ୍ଡି ସତସଙ୍ଗ କେନ୍ଦ୍ର ଉଦଘାଟିତ

ପାରଳାଖେମୁଣ୍ଡି:୨୮/୧(ଗରୁଡ଼ ଧ୍ଵଜ ଚୌଧୁରୀ)ଅନ୍ତଃରାଷ୍ଟ୍ରୀୟ କୃଷ୍ଣଭାବନାମୃତ ସଂଘ (ଇସ୍କନ୍) ତରଫରୁ ଗୁରୁବାର ପବିତ୍ର ପୌଷ ପୂର୍ଣ୍ଣିମା ଉପଲକ୍ଷେ ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡିର ଢ଼େପଓଡ଼ିଆ ସାହି ମେନ୍ ରୋଡ଼ ଠାରେ ଏହାର ପ୍ରଥମ ସତସଙ୍ଗ ନାମହଟ୍ଟ ଭବନ ପ୍ରତିଷ୍ଠା ହୋଇଯାଇଛି । ଏଥିରେ ତିନି ଶହରୁ ଉର୍ଦ୍ଧ୍ବ ଭକ୍ତ ବିଭିନ୍ନ ସ୍ଥାନରୁ ଆସି ଯୋଗଦେବା ସହ ସହରରେ ଅନୁଷ୍ଠିତ ହରିନାମ ସଂକୀର୍ତ୍ତନରେ ଭାଗ ନେଇଥିଲେ । ପରେ ଇସ୍କନ୍ ବ୍ରହ୍ମପୁରରୁ ଆସିଥିବା ବରିଷ୍ଠ ଭକ୍ତ ତଥା ମନ୍ଦିରର ଅଧ୍ୟକ୍ଷ ଶ୍ରୀମାନ୍ ପଞ୍ଚରତ୍ନ ପ୍ରଭୁ, ଶ୍ରୀ ଗୋବିନ୍ଦ ମୁରାରୀ ପ୍ରଭୁ, ଶ୍ରୀ ମଣିକିଶୋର ପ୍ରଭୁ, ଶ୍ରୀ ବଳିରୂପ ପ୍ରଭୁ ଓ ଶ୍ରୀ କଳାନିଧି ହରି ପ୍ରଭୁଙ୍କ ଦ୍ଵାରା ଉପସ୍ଥିତ ଭକ୍ତବୃନ୍ଦଙ୍କୁ ଆଶୀର୍ବଚନ ପ୍ରଦାନ କରିବା ସହ ଭଗବାନଙ୍କ ବିଧିପୂର୍ବକ ପୂଜାର୍ଚ୍ଚନା କରି ପ୍ରଚାର କେନ୍ଦ୍ର ଶୁଭାରମ୍ଭ କରିଥିଲେ । ଶେଷରେ ସମସ୍ତଙ୍କ ନିମନ୍ତେ ସ୍ୱାଦିଷ୍ଟ ଅନ୍ନପ୍ରସାଦର ବ୍ୟବସ୍ଥା ହୋଇଥିଲା । ସୂଚନାମୁତାବକ, ପ୍ରତ୍ୟେକ ଶୁକ୍ରବାର ସନ୍ଧ୍ୟା ୬ ଘଣ୍ଟା ଠାରୁ ରାତ୍ର ୮ ଘଣ୍ଟା ପର୍ଯ୍ୟନ୍ତ ପ୍ରବଚନ, କୀର୍ତ୍ତନ ଓ ମହାପ୍ରସାଦ ସେବନର ବ୍ୟବସ୍ଥା ରହିଥିବା କଥା ଜଣାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଗଜପତି ମହାରାଣୀ ଶ୍ରୀମତୀ କଲ୍ୟାଣୀ ଗଜପତି ଦେଓ, ପାରଳାଖେମୁଣ୍ଡି ବିଧାୟକ ଶ୍ରୀ କେ. ନାରାୟଣ ରାଓ, ଡେପୁଟି ଜିଲ୍ଲାପାଳ ଶ୍ରୀମତୀ…., ଅତିରିକ୍ତ ଜିଲ୍ଲାପାଳ ମଞ୍ଜୁଲତା ବେହେରା, ବିଜେଡ଼ି ଜିଲ୍ଲା ମହିଳା ସଭାପତି ଶ୍ରୀମତୀ ସଂଯୁକ୍ତା ବେହେରା ତଥା ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିବିଶେଷ ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ