Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭଟାଙ୍ଗପଦର, ଲାଞ୍ଜି, ମାଳିଯୁବାଙ୍ଗଠାରେ ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ

କଳାହାଣ୍ଡି,୩୧/୦୧-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଭଟାଙ୍ଗପଦର ପଞ୍ଚାୟତଠାରେ ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀ, ସମ୍ମାନିତଅତିଥି ଭାବେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ବିଡିଓ ଶଶାଙ୍କ ପାତ୍ର, ଜିଲ୍ଲା ପରିଷଦ ସଦସ୍ୟ ଅଞ୍ଜଳି ମାଝୀ, ସମିତିସଭ୍ୟ ରୂପେନ୍ଦ୍ର ଛତ୍ରିଆ ପ୍ରମୁଖ ଯୋଗ ଦେଇଥିଲେ। ସରପଞ୍ଚ ଦଶମୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ନିର୍ବାହୀ ଅଧିକାରୀ ମୋହନ ହରିଜନ, ଗ୍ରାମରୋଜଗାର ସେବକ ରାଧାମୋହନ କରୁଆଁ, ଯୋଗାଣ ସହାୟକ ପ୍ରତାପ ବିଭାର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସେହିପରି ଲାଞ୍ଜି ପଞ୍ଚାୟତରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ବ୍ଲକ ଅଧ୍ୟକ୍ଷା ଭାବେ କମଳା ପାତ୍ର, ସମ୍ମାନିତ ଅତିଥି ଭାବେ ଜିପିଇଓ ସରୋଜ ପ୍ରଧାନ, ଡବ୍ଲୁଇଓ ପଙ୍କଜ ବଳିୟାରସିଂହ, ସମିତି ସଭ୍ୟ ବେଣୁଧର ବାଗ ପ୍ରମୁଖ ଯୋଗ ଦେଇଥିଲେ। ସରପଞ୍ଚ ଯମୁନା ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳରୁ ଏକ ହଜାରରୁ ଅଧିକ ଜନସାଧାରଣ ଯୋଗଦେଇଥିଲେ। ସେହିପରି ମାଳିଯୁବାଙ୍ଗଠାରେ ଅନୁଷ୍ଠିତ ପଞ୍ଚାୟତ ସ୍ତରୀୟ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା ଶିବିରରେ ମୁଖ୍ୟଅତିଥି ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶିବାଜୀ ମାଝୀ, ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ପରୀକ୍ଷିତ ନାଏକ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଜଗଦୀଶ ବେନିଆ, ସହକାରୀ ଯନ୍ତ୍ରୀ ସାଲଖୁ ହେମ୍ବ୍ରମ, ଜିପିଇଓ ସରୋଜ ପ୍ରଧାନ, ଏପିଓ ସଞ୍ଜିତ ପରିଡା, ଅୟସକାନ୍ତ ବେହେରା, ସମିତିସଭ୍ୟ ରତ୍ନା ମାଝୀ ପ୍ରମୁଖ ଯୋଗ ଦେଇଥିଲେ। ସରପଞ୍ଚ ମମତା ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗ୍ରାମ ରୋଜଗାର ସେବକ ଫକୀର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗ ପକ୍ଷରୁ ଆକର୍ଷଣୀୟ ଷ୍ଟଲମାନ ଖୋଲାଯାଇଥିଲା।