Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବନ୍ଧପାରି, କୁମଖାଲ ପଞ୍ଚାୟତରେ ଆମ ଓଡିଶା-ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ

କଳାହାଣ୍ଡି,୦୨/୦୨-ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ହିତାଧିକାରୀମାନଙ୍କୁ ସଚେତନ କରିବାକୁ ଆରମ୍ଭ ହୋଇଛି ଆମ ଓଡିଶା-ନବୀନ ଓଡିଶା ପଂଚାୟତସ୍ତରୀୟ ସଚେତନତା କାର୍ଯ୍ୟକ୍ରମ। ଏହି ଅବସରରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବନ୍ଧପାରି ଓ କୁମଖାଲ ଗ୍ରାମପଂଚାୟତରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବନ୍ଧପାରି ପଂଚାୟତରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ବିଶିଷ୍ଟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ ନାୟକ, ସମ୍ମାନିତ ଅତିଥି ଭାବେ ସହକାରୀ ଯନ୍ତ୍ରୀ ସାଲଖୁ ହେମ୍ବ୍ରମ, ଜିପିଇଓ ସରୋଜ ପ୍ରଧାନ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଜଗଦୀଶ ବେନିଆ, ପୂର୍ବତନ ସରପଞ୍ଚ ତଥା ମହିଳା ନେତ୍ରୀ ଫୁଲମେ ମାଝୀ, ଲାଞ୍ଜିଗଡରୋଡ଼ ସରପଞ୍ଚ ମମତା ଶବର, ସମିତିସଭ୍ୟା ପଦ୍ମା ବାଗ, ନାଏବ ସରପଞ୍ଚ କିଆ ବାଗ, ଯୁବ ସାମ୍ବାଦିକ ସୁଶୀଲ କୁମାର ବାଗ, ନୀଲେଶ କୁମାର ନାଗ, ସମାଜସେବୀ ହରିଶଙ୍କର ପାତ୍ର ପ୍ରମୁଖ ଯୋଗଦେଇଥିଲେ। ସରପଞ୍ଚ ଜଗବନ୍ଧୁ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ପିଇଓ ଡମ୍ବରୁଧର ସେନାପତି, ଜିଆରଏସ ରାମପ୍ରସାଦ ବେହେରା, ଯୋଗାଣ ସହାୟକ ଚନ୍ଦ୍ରମଣି ଗଉଡ଼, ଉଗ୍ରସେନ ବାଗ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। ସେହିପରି କୁମଖାଲ ପଂଚାୟତରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ଅଞ୍ଜଳି ମାଝୀ, ମୁଖ୍ୟବକ୍ତା ଭାବେ ସହକାରୀ ଯନ୍ତ୍ରୀ ସାଲଖୁ ହେମ୍ବ୍ରମ, ସମ୍ମାନିତ ଅତିଥି ଭାବେ ଜିପିଇଓ ସରୋଜ ପ୍ରଧାନ, ବିପିଏମ ସଞ୍ଜୀବ କହଁର, ଯୁବନେତା ମୁଲୁ ମାଝୀ ପ୍ରମୁଖ ଯୋଗ ଦେଇଥିଲେ। ସରପଞ୍ଚ ସାନ୍ଦ୍ରୁ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପିଇଓ ମୋହନ ହରିଜନ, ଜିଆରଏସ ଲକ୍ଷ୍ମଣ ମାଝୀ, ରାଧାମୋହନ କରୁଆଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories