Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ଲାଞ୍ଜିଗଡ ବ୍ଲକର ବାଜିମାତ : କନର୍ଲା ବିଦ୍ୟାଳୟ, ବିନୋଦ ବାତ୍ରାଙ୍କୁ ରାଜ୍ୟସ୍ତରୀୟ ପୁରସ୍କାର

କଳାହାଣ୍ଡି,୦୨/୦୨-ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରର ବିଭିନ୍ନ ବର୍ଗରେ ଏଥର କଳାହାଣ୍ଡି ଜିଲ୍ଲା ସର୍ବାଧିକ ୯୯ଟି ପୁରସ୍କାର ହାତେଇବା ସହ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ତେବେ ସେଥିମଧ୍ୟରୁ ରାଜ୍ୟ ତଥା ଜିଲ୍ଲାସ୍ତରୀୟ ବିଭିନ୍ନ ପୁରସ୍କାର ହାସଲ କରିବାରେ ଲାଞ୍ଜିଗଡ ବ୍ଲକ ମଧ୍ୟ ପଛରେ ନାହିଁ। ଏପରିକି ବିଭିନ୍ନ ବର୍ଗରେ ରାଜ୍ୟ ଓ ଜିଲ୍ଲା ପୁରସ୍କାର ପାଇବା ସହିତ ବାଜିମାତ କରିଛି ଲାଞ୍ଜିଗଡ ବ୍ଲକ। ରାଜ୍ୟସ୍ତରୀୟ ଶ୍ରେଷ୍ଠ ପ୍ରାଥମିକ ବିଦ୍ୟାଳୟ ପୁରସ୍କାର ଭଟାଙ୍ଗପଦର ପଞ୍ଚାୟତର କନର୍ଲା ପ୍ରାଥମିକ ବିଦ୍ୟାଳୟ ପାଇଥିବାବେଳେ ପ୍ରଧାନ ଶିକ୍ଷକ ଆଦିତ୍ୟ ପଣ୍ଡା ଏହା ଗ୍ରହଣ କରିଥିଲେ। ରାଜ୍ୟସ୍ତରୀୟ ଶ୍ରେଷ୍ଠ ପଞ୍ଚାୟତ ପୁରସ୍କାର ଭଟାଙ୍ଗପଦର ଗ୍ରାମ ପଞ୍ଚାୟତ ପାଇଥିବାବେଳେ ସରପଞ୍ଚ ଦଶମୀ ମାଝୀ, ସମିତିସଭ୍ୟ ରୂପେନ୍ଦ୍ର ଛତ୍ରିଆ ଏହା ଗ୍ରହଣ କରିଥିଲେ। ରାଜ୍ୟସ୍ତରୀୟ ଶ୍ରେଷ୍ଠ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଭାବେ ଲାଞ୍ଜିଗଡ ଉଚ୍ଚ ବିଦ୍ୟାଳୟର ସାମାଜିକ ବିଜ୍ଞାନ ଶିକ୍ଷକ ବିନୋଦ ବାତ୍ରା ପୁରସ୍କୃତ ହୋଇଛନ୍ତି। ସେହିପରି ଜିଲ୍ଲାସ୍ତରୀୟ ଶ୍ରେଷ୍ଠ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ପୁରସ୍କାର ପାଇଛନ୍ତି ଭଟାଙ୍ଗପଦର ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ପ୍ରଜ୍ଞା ପ୍ରିୟଦର୍ଶିନୀ ଶତପଥି। ଜିଲ୍ଲାର ଶ୍ରେଷ୍ଠ ପ୍ରାଥମିକ ବିଦ୍ୟାଳୟ ପୁରସ୍କାର ପାଇଛି ଗୋବର୍ଦ୍ଧନପୁର ପଂଚାୟତ ମଧୁପୁର ଝାରବନ୍ଧ ପଡା ପ୍ରାଥମିକ ବିଦ୍ୟାଳୟ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୁଃଶାସନ ଦାସ ଓ ସୁରେନ୍ଦ୍ର ବିଶ୍ୱାଳ ଏହା ଗ୍ରହଣ କରିଥିଲେ। ସେହିପରି ଜିଲ୍ଲାର ଶ୍ରେଷ୍ଠ ଆଲୁମନି ପୁରସ୍କାର ପାଇଛି ଭଟାଙ୍ଗପଦର ଉଚ୍ଚ ବିଦ୍ୟାଳୟ। ବ୍ଲକର ଶିକ୍ଷାନୁଷ୍ଠାନଗୁଡିକର ସଫଳତାରେ ଖୁସି ବ୍ୟକ୍ତ କରିବା ସହିତ ସମ୍ପୃକ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଲାଞ୍ଜିଗଡ ଗୋଷ୍ଠୀ ଶିକ୍ଷାଧିକାରୀ ନମିତାରାଣୀ ଭୋଇ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସୁଢଳଦେବ ମୁଣ୍ଡ, ଦ୍ରୋଣ ରଣା, ଭାରତଭୂଷଣ ସାହୁଙ୍କ ସମେତ ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘର ସଭାପତି ପ୍ରମୋଦ ମହାନ୍ତି, ସାଧାରଣ ସଂପାଦକ ଏମ. ସୁନ୍ଦର ଶେଖର, ବରିଷ୍ଠ ଶିକ୍ଷକ ତପନ ଭୋଇ, ଅର୍ଚ୍ଚନା ମିଶ୍ର ପ୍ରମୁଖ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ