Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜେଲ୍‌ରେ ୪୪ କଏଦୀ ଏଚ୍‌ଆଇଭି ସଂକ୍ରମିତ; ଚିନ୍ତାରେ ଥାନା ଅଧିକାରୀ

ନୈନିତାଲ: ଜେଲ୍‌ରେ ଏଚ୍‌ଆଇଭି ଆତଙ୍କ। ଜେଲରେ ୪୪ କଏଦୀ ହୋଇଛନ୍ତି ଏଚ୍‌ଆଇଭି ସଂକ୍ରମିତ। ଚିନ୍ତାର ଥାନା ଅଧିକାରୀ। ଉତ୍ତରାଖଣ୍ଡର ହଲଦୱାନୀ ଜେଲ୍‌ରେ ୪୪ ଜଣ କଏଦୀ ଏଚ୍‌ଆଇଭି ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏମାନଙ୍କ ଭିତରେ ଜଣେ ମହିଳା ମଧ୍ୟ ସଂକ୍ରମିତ ହୋଇଛନ୍ତି। ଏନେଇ ସୁଶୀଲ ତିୱାରୀ ହସ୍‌ପିଟାଲ୍‌ର ଏଆର୍‌ଟି ଦାୟିତ୍ବରେ ଡାକ୍ତର ସୂଚନା ଦେଇଛନ୍ତି।

ଡାକ୍ତରଙ୍କ ସୂଚନା ଅନୁସାରେ ଜେଲ୍‌ରେ ଏଚ୍‌ଆଇଭି ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଯାହା କର୍ତ୍ତୃପକ୍ଷଙ୍କୁ ଚିନ୍ତାରେ ପକାଇଛି। ସେହିପରି ରୋଗୀଙ୍କକ ଚିକିତ୍ସା ସମ୍ପର୍କରେ ସୂଚନା ଦେଇ ଡାକ୍ତର ଶ୍ରୀ ସିଂହ କହିଛନ୍ତି “ଏଚ୍‌ଆଇଭି ରୋଗୀଙ୍କ ପାଇଁ ଗୋଟିଏ ଏଆର୍‌ଟି ସେଣ୍ଟ ସ୍ଥାପନା କରାଯାଇଛି। ଯେଉଁଠି ସଂକ୍ରମିତ ରୋଗୀମାନଙ୍କୁ ଚିକିତ୍ସା କରାଯାଉଛି। ଟିମ୍ ନିୟମିତ ଭାବେ ଜେଲ୍‌କୁ ଯାଇ ରୋଗୀଙ୍କ ଉପରେ କଡ଼ା ନଜର ରଖୁଛନ୍ତି।”

ସମସ୍ତ ଏଚ୍‌ଆଇଭି ସଂକ୍ରମିତଙ୍କୁ ମାଗଣା ଚିକିତ୍ସା କରାଯାଉଛି।  ଜାତୀୟ ଏଡ୍ସ ନିୟନ୍ତ୍ରଣ ସଂସ୍ଥାନା(NACO) ଦ୍ୱାରା ଅନୁଦିତ ଔଷଧ ଦିଆଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ