Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାଂସଦ ପଦ ହରାଇବା ପରେ ପ୍ରଥମ ଥର ଓ୍ଵାଏନାଡ ଯିବେ ରାହୁଲ,୧୧ରେ କରିବେ ରୋଡ୍ ଶୋ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଲୋକସଭା ସଦସ୍ୟତା ହରାଇବା ପରେ ପ୍ରଥମ ଥର ଏପ୍ରିଲ ୧୧ରେ କେଳର ଓ୍ଵାଏନାଡ ଗସ୍ତ କରିବେ। ରାହୁଲ ଏହି ସଂସଦୀୟ କ୍ଷେତ୍ରରୁ ସାଂସଦ ଥିଲେ। ରାହୁଲ ନିଜର ଏହି ଗସ୍ତରେ ରୋଡ୍ ଶୋ ମଧ୍ୟ କରିବେ। ଏହା ପରେ ଏକ ଜନସଭାକୁ ସମ୍ବୋଧିତ କରିବେ। ଉଲ୍ଲେଖନୀୟ ମାର୍ଚ୍ଚ ୨୩ରେ ଏକ ମାନହାନୀ କେସରେ ରାହୁଲଙ୍କୁ ଦୁଇ ବର୍ଷର ଜେଲ୍ ଦଣ୍ଡ ମିଳିଥିଲା। ପୁଣି ମାର୍ଚ୍ଚ ୨୪ରେ ତାଙ୍କର ସଂସଦ ସଦସ୍ୟତା ରଦ୍ଦ ହୋଇଥିଲା। ନିର୍ବାଚନ ଆୟୋଗ ଖୁବ୍ ଶୀଘ୍ର ଏହି ଆସନରେ ଉପ ନିର୍ବାଚନ କରାଇ ପାରନ୍ତି।

କଂଗ୍ରେସ ଆଶା ରଖିଛି ଯେ, ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟରୁ ରାହୁଲ ଗାନ୍ଧୀଙ୍କୁ ଆଶ୍ଵସ୍ତି ମିଳିପାରେ। ଏମିତିରେ ରାହୁଲ ଗାନ୍ଧୀ ଆଗାମୀ ଲୋକସଭା ନିର୍ବାଚନରେ ପୁଣି ଥରେ ଓ୍ଵାଏନାଡ ଆସନରୁ ନିର୍ବାଚନ ଲଢି ପାରନ୍ତି। ଓ୍ଵାଏନାଡରେ ଏବେ ମଧ୍ୟ ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା ବଳବତ୍ତର ଥିବା କଂଗ୍ରେସ ଦୃଢୋକ୍ତି ପ୍ରକାଶ କରିଛି।

ରାହୁଲ ଗାନ୍ଧୀ ଶେଷ ଥର ଚଳିତ ବର୍ଷ ଫେବୃଆରୀରେ ଓ୍ଵାଏନାଡ ଲୋକସଭା କ୍ଷେତ୍ରର ଗସ୍ତ କରିଥିଲେ। ତେବେ ମାର୍ଚ୍ଚ ୨୯ରେ କର୍ଣ୍ଣାଟକ ନିର୍ବାଚନ ତାରିଖ ଘୋଷଣା ସମୟରେ ନିର୍ବାଚନ ଆୟୋଗ କହିଥିଲେ ଯେ, ଓ୍ଵାଏନାଡରେ ଏତେ ଶୀଘ୍ର ଉପ ନିର୍ବାଚନ କରାଯିବାର ଆବଶ୍ୟକତା ନାହିଁ। ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବ କୁମାର ସ୍ପଷ୍ଟ କରିଥିଲେ ଯେ, ଅଦାଲତ ରାହୁଲ ଗାନ୍ଧୀଙ୍କୁ ଉପର କୋର୍ଟ ଯିବା ପାଇଁ ୩୦ ଦିନର ସମୟ ଦେଇଛନ୍ତି। ତେଣୁ ଏହାର ଆଇନଗତ ପ୍ରକ୍ରିୟା ସରିବା ଯାଏ ଆୟୋଗ ଅପେକ୍ଷା କରିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ