Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଲାଞ୍ଜିଗଡରୋଡ଼ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନରେ କାୟାକଳ୍ପ ଟିମ

କଳାହାଣ୍ଡି,୦୯/୦୨-ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅନେକ ସଫଳତା ହାସଲ କରିଥିବା କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ ଲାଞ୍ଜିଗଡରୋଡ଼ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନରେ ଆଜି ଦୁଇଜଣିଆ କାୟାକଳ୍ପ ଟିମ ଆସିବା ସହିତ ସ୍ୱାସ୍ଥ୍ୟକେନ୍ଦ୍ରର ବିଭିନ୍ନ ବ୍ୟବସ୍ଥା ତଦାରଖ କରି ସନ୍ତୋଷ ବ୍ୟକ୍ତ କରିଛନ୍ତି। କାୟାକଳ୍ପ ଟିମର ଦୁଇଜଣିଆ ସଦସ୍ୟଙ୍କ ମଧ୍ୟରେ ଇନଚାର୍ଜ ଡିପିଏମ ଭବାନୀଶଙ୍କର ସାହୁ, ସହକାରୀ ଆଶା ମ୍ୟାନେଜର ମିନାକ୍ଷୀ ମହାନ୍ତି ଆଜି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଥିଲେ। ଏହି ଅବସରରେ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଅନ୍ତର୍ଯ୍ୟାମୀ ରଣା, ଫାର୍ମାସିଷ୍ଟ ରବୀନ୍ଦ୍ର କୁମାର ସାହୁ, ସିଏଚଓ ନିରୁପମା ନାୟକ, ସୁଷମା ଦାସ, ରମେଶ ନାଏକ, ଭୀଷ୍ମ ବାଗ, କୃଷ୍ଣ ନାଏକ ପ୍ରମୁଖ କାୟାକଳ୍ପ ଟିମକୁ ସ୍ୱାଗତ କରିବା ସହିତ ସ୍ଵାସ୍ଥ୍ୟକେନ୍ଦ୍ର ବୁଲି ଦେଖାଇଥିଲେ।