Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଅନୁଷ୍ଠିତ ଏସ ୟୁ ଜେ ର ବାର୍ଷିକ ସମ୍ମିଳନୀରେ ଗଜପତି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଗରୁଡ଼ ଧ୍ଵଜ ଚୌଧୁରୀସମ୍ମାନୀତ

ପାରଳାଖେମୁଣ୍ଡି:୧୧/୨(ଗରୁଡ଼ ଧ୍ଵଜ ଚୌଧୁରୀ) ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଅନୁଷ୍ଠିତ ରାଜ୍ୟ ସାମ୍ବାଦିକ ୟୁନୀୟନ(ଏସୟୁଜେ)ର ବାର୍ଷିକ ସମ୍ମିଳନୀରେ ଗଜପତି ଜିଲ୍ଲା ଏସ୍.ୟୁ.ଜେ. ଶାଖାର ସଭାପତି ଗରୁଡ଼ ଧ୍ଵଜ ଚୌଧୁରୀ ଓ ସାଧାରଣ ସମ୍ପାଦକ ତାରିଣୀ ପ୍ରସାଦ ପଣ୍ଡାଙ୍କୁଙ୍କୁ ସମ୍ବର୍ଦ୍ଧିତ କରାଯାଇଛି. ଭୁବନେଶ୍ୱର ଜୟଦେବ ଭବନ ଠାରେ ଏସୟୁଜେର ବାର୍ଷିକ ଅଧିବେଶନ ଗତକାଲି ରାଜ୍ୟ ସଭାପତି କୈଳାଶ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି. ଓଡିଶାର ସମସ୍ତ ଜିଲ୍ଲାରୁ ୭ ଶହରୁ ଉର୍ଦ୍ଧ ସାମ୍ବାଦିକ ଏହି ଅଧିବେଶନରେ ଯୋଗ ଦେଇଥିଲେ. ଏହି ସମାବେଶରେ ଆଇନ ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା, ଶ୍ରମମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମାବେଶକୁ ଉଦଘାଟନ କରିଥିଲେ. ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀ ପତି, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ବିଧାୟକ ଅନନ୍ତ ନାରାୟଣ ଜେନା, ମୋ କଲେଜର ଅଧକ୍ଷ ତଥା ପ୍ରଖ୍ୟାତ ତାରକା ଆକାଶ ଦାସ ନାୟକ, ଜାତୀୟ ସାମ୍ୱାଦିକ ସଂଘର ଅଶୋକ ମଲିକ, ମହାସଚିବ ସୁରେଶ ଶର୍ମା ପ୍ରମୁଖ ସଂମ୍ମାନିତ ଅତିଥି ଭାବେ ଯୋଗ ଦେଇ ସମାଜ ଗଠନ ପାଇଁ ସାମ୍ବାଦିକମାନଙ୍କର ସେବା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରିବା ସହ ସଠିକ ଖବର ପରିବେଷଣ ଉପରେ ସମସ୍ତ ସାମ୍ବାଦିକ ଗୁରୁତ୍ୱ ଦେବା ପାଇଁ ସମସ୍ତେ ଆୱାନ କରିଥିଲେ. ଏହି ଅବସରରେ ଗଜପତି ଶାଖାର ସଭାପତି ଗରୁଡ଼ଧ୍ଵଜ ଚୌଧୁରୀ ଏଵଂ ସାଧାରଣ ସଂପାଦକ ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସମ୍ବର୍ଦ୍ଧନା ସ୍ୱରୂପ ଉପଢୌକନ ଓ ଟ୍ରଫି “ମୋ କଲେଜ” ଅଧକ୍ଷ ତଥା ପ୍ରଖ୍ୟାତ ଅଭିନେତା ଆକାଶ ଦାସ ନାୟକ ପ୍ରଦାନ କରିଥିଲେ. ଏହି ଅଧିବେଶନରେ ବିଭିନ୍ନ କ୍ଷେତ୍ରରେ ଉଲେଖନୀୟ ଅବଦାନ ଗ୍ରହଣ କରିଥିବା କିଛି ବ୍ୟକ୍ତି ବିଶେଷଙ୍କ ସହ ଓଡିଶାର ବହୁ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ