Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ହିଲପାଟଣା ଠାରେ ଅନୁଷ୍ଠିତ ଦୈନିକଆଶା ର ସ୍ୱର୍ଣଖେତ୍ର ଦିବସରେ ଗଜପତି ଜିଲ୍ଲା ପ୍ରତିନିଧି ଗରୁଡ଼ ଧ୍ଵଜ ଚୌଧୁରୀ ସମ୍ମାନୀତ

ପାରଳାଖେମୁଣ୍ଡି:୧୨/୨(ଗରୁଡ଼ ଧ୍ଵଜ ଚୌଧୁରୀ) ବ୍ରହ୍ମପୁର ହିଲ ପାଟଣା ସ୍ଥିତ ଦୈନିକ ଆଶା କାର୍ଯ୍ୟାଳୟ ପରିସରରେ ଓଡ଼ିଶାର ସର୍ବ ପୁରାତନ ଓଡିଆ ଦୈନିକ ଖବର କାଗଜ “ଦୈନିକ ଆଶା “ର ସ୍ୱର୍ଣ କ୍ଷେତ୍ର ଦିବସ ଅନୁଷ୍ଠିତ ହୋଇଯାଇଛି ଦୈନିକ ଆଶା ର ସମ୍ପାଦକ ପ୍ରମୋଦ ପଣ୍ଡାଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ସ୍ଵର୍ଣ୍ଣ କ୍ଷେତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଏସ ଏମ ଆଇ ଟି ର ଅଧକ୍ଷ ଭଗବାନ ଗନ୍ତାୟତ ଯୋଗ ଦେଇଥିଲା ବେଳେ ସମ୍ମାନୀତ ଅତିଥି ଭାବେ ବଶିଷ୍ଠ ସାମ୍ବାଦିକ ସୁଦୀପ ସାହୁ ଯୋଗ ଦେଇଥିଲେ l ମୁଖ୍ୟ ଅତିଥି ଶ୍ରୀ ଗନ୍ତାୟତ ତାଙ୍କ ଉଦବୋଧନ ରେ ଦୈନିକ ଆଶାର ଉତରୋତର ଉନ୍ନତି ପାଇଁ ଶୁଭ କାମନା କରିଥିଲେ l ସାମ୍ବାଦିକ ଓ ଗଣମାଧ୍ୟମ ର ଭୂମିକା ସମାଜ ଗଠନ ଦିଗ ଦର୍ଶନ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା ସହ ସମାଜକୁ ଉନ୍ନତି ଓ ପ୍ରଗତି ପଥରେ ଆଗେଇ ନେବା ପାଇଁ ଗଣମାଧ୍ୟମ ସବୁବେଳେ ନିର୍ଭୁଲ ଓ ନିରପେକ୍ଷ ସମ୍ବାଦ ପ୍ରକାଶ କରିବା ସହିତ ଓଡିଶାର କଳା, ସାହିତ୍ୟ ଓ ସଂସ୍କୃତି ଓ ପରମ୍ପରା କୁ ଗୁରୁତ୍ଵ ଦେବାକୁ ପରାମର୍ଶ ଦେଇଥିଲେ l ସମ୍ମାନୀତ ଅତିଥି ସୁଦିପ ସାହୁ ଉଦବୋଧନ ଦେଇ ଦୈନିକ ଆଶାର ଉତରୋତର ଓ ଉନ୍ନତି କାମନା କରିବା ସହ ନିରପେକ୍ଷ ସମ୍ବାଦ ପରିବେଷଣ କରିବା ନେଇ ଆଶା ବ୍ୟକ୍ର କରିଥଲେ l ଦୈନିକ ଆଶାର ସମ୍ପାଦକ ପ୍ରମୋଦ କୁମାର ପଣ୍ଡା ଉଦବୋଧନ ଦେଇ ସବୁ କ୍ଷେତ୍ରରେ ସର୍ବ ପୁରାତନ ଓଡିଆ ଦୈନିକ ଖବର କାଗଜ ଦୈନିକ ଆଶା ନିଖୁଣ ଭାବରେ ନିଜର କାର୍ଯ୍ୟ ସଂପାଦନ କରି ଜନସାଧାରଣଙ୍କ ଶ୍ରଦ୍ଧାର ପାତ୍ର ହେବା ସହିତ ଦୈନିକ ଆଶା ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଠି କରିବାରେ ସକ୍ଷମ ହୋଈ ପାରିଛି ବୋଲି କହିଥିଲେ l ଦୈନିକ ଆଶା ର ଏହି ସ୍ୱର୍ଣ୍ଣ କ୍ଷେତ୍ର ଦିବସ ରେ ବରିଷ୍ଠ ସାମ୍ବାଦିକ ସୁଦିପ ସାହୁ, ଗରୁଡ଼ ଧ୍ଵଜ ଚୌଧୁରୀ ରାୟଗଡା ଜିଲ୍ଲା ପ୍ରତିନିଧି ଯୋଗେଶ ଦାସ, ସୁଦର୍ଶନ ରାଉଳ, ଉମାଶଙ୍କର ପାଣିଗ୍ରାହି, ଯୋଗେନ୍ଦ୍ର ସିଂ, ରମେଶ ଚନ୍ଦ୍ର ପାତ୍ର, ମୋନଜ ଦାସ ପ୍ରମୁଖ ଙ୍କସହ ବହୁ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ସମ୍ମାନୀତ କରାଯାଇଥିଲା lରାଜ୍ୟରୁ ବିଭିନ୍ନ ଜିଲ୍ଲା, ବ୍ଲକ ରୁ ବହୁ ସଂଖ୍ୟରେ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ l ଦୈନିକ ଆଶା ର ପରିଚାଳନା ଦାୟିତ୍ୱରେ ଥିବା ପ୍ରଭାକର ସାହୁ ଧନ୍ୟବାଦ ଅର୍ପଣ କରିବା ସହ ଦୈନିକ ଆଶା ର ସ୍ଵର୍ଣ୍ଣ କ୍ଷେତ୍ର ଦିବସ ଉତ୍ସବକୁ ପରିଚାଳନା କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ