Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଞ୍ଜେଇ ଚାଲାଣ ବେଳେ ୨ ଆରପିଏଫ କନେଷ୍ଟେବଳଙ୍କ ସମେତ ୩ଜଣ ଗିରଫ

ପାରଳାଖେମୁଣ୍ଡି:୧୩/୨(ଗରୁଡ଼ ଧ୍ଵଜ ଚୌଧୁରୀ)ଆନ୍ଧ୍ର ପ୍ରଦେଶର ଇଛାପୁରମ ପୋଲିସକୁ ବଡ ସଫଳତା ଇଛାପୁରମରର ପୁନେ ଗଞ୍ଜଇ ଚାଲାଣ ବେଳେ ଚାଲାଣ କାରିଙ୍କୁ ଗିରଫ କରିଛି ପୋଲିସ ପାରଳାଖେମୁଣ୍ଡିର ୩ଜଣ ଚାଲାଣ କାରି ସମେତ ୨ଜଣ କାର୍ଯ୍ୟରତ ଆରପିଏଫ କନେଷ୍ଟେବଲଙ୍କୁ ଗିରଫ କରିଛି ପୋଲିସ ଏହି ଘଟଣାରେ ୭୧କିଲୋଶହେ ୨୦ଗ୍ରାମ ଗଞ୍ଜେଇ ଜବତ କରିଛି ପୋଲିସ ଗଞ୍ଜେଇ ଚାଲାଣ କାରି ଉତରା ଗୌଡ ଆର.ଉଦୟଗିରି ବ୍ଲକ, ରାୟଗଡ ବ୍ଲକର କୁସା ଭୂୟାଁ, ରଞ୍ଜୁ ଗମାଙ୍ଗ ତାଳମୁଣ୍ଡା ଗ୍ରାମର ସମସ୍ତେ ପାରଳାଖେମୁଣ୍ଡିର ଜଙ୍ଗାମ ସାହିରେ ରହୁଥିଲେ ବୋଲି ସୂଚନା ଦେଇଛି ପୋଲିସଜ୍ଝ ବ୍ରହ୍ମପୁରରୁ ଗଞ୍ଜେଇ ନେଇ ଇଛାପୁରମ ରେଳଷ୍ଟେସନ ଆସିଥିଲେ ଜ୍ଝ କୋଣ୍ଣାର୍କ ଏକ୍ସପ୍ରେସରେ ପୁନେ ଜାଇଥାନ୍ତେ ଗଞ୍ଜେଇ ବ୍ୟାଗଧରି ଇଛାପୁରମ୍ ରୁ ତେବେ ଗଞ୍ଜେଇ ଚାଲାଣ ହେଉଥିବା ଜଣି ପାରି ୨୦ହଜାର ଲାଞ୍ଚ ନେଇଥିଲେ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକର ଯୁଧିଷ୍ଟିର ବେହେରା ଓ ବିନୋଦ କୁମାର ବେହେରା ଦୁଇଜଣ ଆରପିଏଫ କନେଷ୍ଟେବଲ ତେବେ ଘଟଣାରେ ଜଣେ ପୁରୁଷ ଓ ୨ଜଣ ମହିଲା ଗଞ୍ଜେଇ ଚୋରା ଚାଲାଣ କାରି ଗିରଫ ହୋଇତିବା ବେଳେ ସେମାନଙ୍କ ସହ ଏକ ଛୋଟ ଛୁଆଟିଏ ମଧ୍ୟ ରହିଛି ସେପଟେ ଅଧିକ ତଦନ୍ତ ପାଇଁ ଇଛାପୁର ପୋଲିସ ରିମାଣ୍ଡରେ ଆଣିଛି ବୋଲି ସୂଚନା ଦେଇଛି ଯେତେବେଳେ ବ୍ୟାଗ ଗୁଡିକୁ ଇଛାପୁରମ ରେଳଷ୍ଟେସନ ନିକଟସ୍ଥ ଏକ ଲଟିରେ ରଖି ସନ୍ଦେହ ଅବସ୍ଥାରେ କିଛି ସ୍ଥାନୀୟ ବାସିନ୍ଦା ଦେଖି ପୋଲିସକୁ ଖବର ଦେବା ପରେ ଆରମ୍ଭ ହୋଇଥିଲା ତଦନ୍ତ ତଙ୍କା ଲାଞ୍ଚ ଦେବା ପକ୍ରୀୟାରେ ଟ୍ରେନ୍ ଚାଲିଜିବା ସହ ପାଖରେ ଟଙ୍କା ନଥିବାରୁ ଗଞ୍ଜେଇ ଚାଲାଣ କାରି ଇଛାପୁରମ ରେ ଅଟକି ଯାଇଥିଲେ ତେବେ ଗଞ୍ଜେଇ ପାରଳାଖେମୁଣ୍ଡିରୁ ନା ବ୍ରହ୍ମପୁର ନା ଗଜପତି ଜିଲ୍ଲାର ଆଉ କେଉଁଠୁ ଆସିଲା ତାହାକୁ ନେଇ ତଦନ୍ତ କରୁଛି ଇଛାପୁରମ ପୋଲିସ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

ଗଜପତି ଜିଲ୍ଲା ବିଜେଡି ସଭାପତିଙ୍କ ପୁତ୍ର ଅନୁରୂପ ନାୟକଙ୍କ ଅକାଳ ବିୟୋଗରେ ସାରା ପାରଳା ସହରରେ ଶୋକର ଛାୟା l ପାରଳାଖେମୁଣ୍ଡି:୪/୧୦(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ’ଙ୍କ ସାନ ପୁଅ ଅନୁରୂପ ନାୟକ’ଙ୍କ ଅକାଳ ବିୟୋଗ ଖବର ପ୍ରଚାରିତ ହେବା ପରେ ସହରରେ ଗଭୀର ଶୋକର ଛାୟା ଖେଳିଯାଇଛି।ଅନୁରୂପଙ୍କ ବିୟୋଗର ଖବର ଯେପରି ପରିବାର ଓ ଆତ୍ମୀୟ-ସ୍ୱଜନଙ୍କ ପାଇଁ ଏକ ବଡ଼ ଆଘାତ ହୋଇଛି, ସେହିପରି ତାଙ୍କୁ ଜାଣିଥିବା ବନ୍ଧୁ, ଶୁଭେଚ୍ଛୁ ଓ ସହରବାସୀଙ୍କ ମଧ୍ୟରେ ମଧ୍ୟ ଗଭୀର ଦୁଃଖ ପ୍ରକାଶ ପାଇଛି। ହସମୁଖ ଚେହେରା, ସରଳ ବ୍ୟବହାର, ମିଷ୍ଟଭାଷୀ ସ୍ୱଭାବ ଓ ସମସ୍ତଙ୍କ ସହ ମିଶି ଚଳିବାର ଗୁଣ ପାଇଁ ଅନୁରୂପ ସ୍ଥାନୀୟ ଅଞ୍ଚଳରେ ଏକ ଆପଣାର ମଣିଷ ଭାବେ ପରିଚିତ ଥିଲେ।ତାଙ୍କ ଅକାଳ ବିୟୋଗର ଖବର ପାଇବା ପରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ, ବରିଷ୍ଠ ସାମ୍ବାଦିକ ଡିଜେନ ପାଢ଼ୀ, ସାମ୍ବାଦିକ ସରୋଜ ବିରୋ, ସାମ୍ବାଦିକ ସନ୍ତୋଷ ପଟ୍ଟନାୟକ, ସାମ୍ବାଦିକ କୃଷ୍ଣ କୁମାର ବେହେରାଙ୍କ ସମେତ ବହୁ ରାଜନୈତିକ, ସାମାଜିକ ଓ ସାମ୍ବାଦିକ ମହଲର ବ୍ୟକ୍ତିବିଶେଷ ଶୋକସନ୍ତପ୍ତ ପରିବାର ନିକଟରେ ପହଞ୍ଚି ସମବେଦନା ଜଣାଇଥିଲେ।ଅନୁରୂପଙ୍କ ଶେଷ ଦର୍ଶନ ପାଇଁ ବନ୍ଧୁ, ଆତ୍ମୀୟ, ପରିଚିତ ଓ ଶୁଭେଚ୍ଛୁଙ୍କ ସହ ହଜାର ହଜାର ଲୋକ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଏକତ୍ରିତ ହୋଇଥିଲେ। ଅନେକଙ୍କ ଆଖିରେ ଲୁହ ଓ ମନରେ ଅବ୍ୟକ୍ତ ବେଦନା ଦେଖିବାକୁ ମିଳିଥିଲା।ପରିଚିତ ମାନେ କହିଛନ୍ତି, ଅନୁରୂପଙ୍କ ବ୍ୟବହାରରେ କେବେ ଅହଂକାର ଦେଖିବାକୁ ମିଳୁନଥିଲା। ସମସ୍ତଙ୍କ ସହ ହସିକଥା ହେବା, ଆବଶ୍ୟକ ସମୟରେ ପାଖରେ ଠିଆ ହେବା ଏବଂ ଛୋଟବଡ଼ ସମସ୍ତଙ୍କୁ ଆପଣାର କରିନେବା ତାଙ୍କ ବ୍ୟକ୍ତିତ୍ୱର ଅନ୍ୟତମ ବିଶେଷତା ଥିଲା। ତେଣୁ ତାଙ୍କ ହଠାତ୍ ବିଦାୟକୁ ଅନେକେ ସହଜରେ ଗ୍ରହଣ କରିପାରୁନାହାନ୍ତି।ବହୁ ବନ୍ଧୁ, ଶୁଭେଚ୍ଛୁ ଓ ସ୍ଥାନୀୟ ବ୍ୟକ୍ତିବିଶେଷ ଶୋକସନ୍ତପ୍ତ ପରିବାରକୁ ଭେଟି ଗଭୀର ସମବେଦନା ଜଣାଇଛନ୍ତି। ଏପରି ଜଣେ ମିଷ୍ଟଭାଷୀ ଓ ମେଳାପୀ ଯୁବକଙ୍କ ଅକାଳ ବିୟୋଗ ପରିବାର ସହ ସମଗ୍ର ସହର ପାଇଁ ମଧ୍ୟ ଏକ ଅପୂରଣୀୟ କ୍ଷତି ବୋଲି ଅନେକେ ମତ ପ୍ରକାଶ କରିଛନ୍ତି।ଅନୁରୂପଙ୍କ ଅନ୍ତିମ ଯାତ୍ରାରେ ମଧ୍ୟ ବହୁ ସଂଖ୍ୟକ ବନ୍ଧୁ, ଆତ୍ମୀୟ, ଶୁଭେଚ୍ଛୁ ଓ ସହରବାସୀ ସାମିଲ ହୋଇ ମହେନ୍ଦ୍ର ତନୟା ନଦୀ କୂଳରେ ଥିବା ସ୍ଵର୍ଗଦ୍ଵାର ଶ୍ମଶାନ ଘାଟରେ ତାଙ୍କୁ ଶେଷ ବିଦାୟ ଜଣାଇଥିଲେ। ଏହି ସମୟରେ ସୃଷ୍ଟି ହୋଇଥିବା ଶୋକାକୁଳ ପରିବେଶ ସମସ୍ତଙ୍କୁ ଭାବବିହ୍ୱଳ କରିଦେଇଥିଲା।ଅନୁରୂପ ନାୟକଙ୍କ ବିୟୋଗରେ ପରିବାର ଯେଉଁ ଅପୂରଣୀୟ ଶୂନ୍ୟତାର ସମ୍ମୁଖୀନ ହୋଇଛି, ତାହା କେବେ ପୂରଣ ହେବ ନାହିଁ ବୋଲି ଶୋକାକୁଳ ମହଲରେ ଆଲୋଚନା ହେଉଛି। ଏହି ଦୁଃଖଦ ସମୟରେ ଭଗବାନ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଏହି ଅସୀମ ବେଦନା ସହିବାକୁ ଶକ୍ତି ପ୍ରଦାନ କରନ୍ତୁ ବୋଲି ସମସ୍ତେ ପ୍ରାର୍ଥନା କରିଛନ୍ତି।ଦିବଙ୍ଗତ ଅନୁରୂପ ନାୟକଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରି ସହରବାସୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।