Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଶୀନଗର ଏନ.ଏ,ସିର ୧୨ ନମ୍ବର ୱାର୍ଡ ବାସିନ୍ଦା ଶଶୁର ନିରଞ୍ଜନଙ୍କୁ ମୁଖାଗ୍ନି ଦେଲେ ବୋହୂ ଓ ନାତି।ପାରଳାଖେମୁଣ୍ଡି:୧୩/୨(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତ

ପାରଳାଖେମୁଣ୍ଡି:୧୩/୨(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା କାଶୀନଗର ଏନଏସି ୧୨ନମ୍ବର ୱାର୍ଡରେ ବସବାସ କରୁଥିବା ବ୍ୟବସାୟୀ ନିରଞ୍ଜନ ବେହେରା ରବିବାର ବିଳମ୍ବିତ ରାତ୍ରରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କର ମୃତ୍ୟୁ ବେଳେ ତାଙ୍କ ପତ୍ନୀ, ବୋହୂ ଓ ନାତି ରହିଥିଲେ। ତାଙ୍କ ଏକ ମାତ୍ର ପୁଅ ଓ ଦୁଇଟି ଝିଅ ରହିଥିବା ବେଳେ ସମସ୍ତେ ବିବାହିତ ଥିବା ଜଣାପଡିଛି। କିନ୍ତୁ ବାପାଙ୍କ ବିୟୋଗରେ ପୁଅ ସାନ୍ତୁନ ଅନୁପସ୍ଥିତ ରହିଥିବା ବେଳେ ତାଙ୍କ ବୋଉ ଜୟନ୍ତୀ ନାୟକ ଓ ନାତି ମୁଖାଗ୍ନୀ ଦେଇଥିବା ଏବେ କାଶୀନଗର ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। କାଶୀନଗର ଠାରେ ଏହି ଘଟଣା ପ୍ରଥମ ଥର ପାଇଁ ହେଇଥିବାରୁ ବୋହୂ ଜୟନ୍ତୀ ନେଇଥିବା ନିଷ୍ପତିକୁ କାଶୀନଗର ବାସି ଓ ଜନସାଧାରଣ ପ୍ରଶଂସା କରିଛନ୍ତି। ସୂଚନା ମୁତାବକ ନିରଞ୍ଜନଙ୍କ ଏକ ମାତ୍ର ପୁତ୍ର ସାନ୍ତୁନୁ ବେହେରାଙ୍କୁ କାଶୀନଗର ବାସିନ୍ଦା ରୁକୋମଣ ନାୟକଙ୍କ ଏକ ମାତ୍ର କନ୍ୟା ଜୟନ୍ତୀକୁ ବିବାହ କରିଥିଲେ। ହେଲେ ତାଙ୍କର ଗୋଟିଏ ପୁଅ ଥିବା ବେଳେ ସାନ୍ତୁନୁ ଅନ୍ୟ ଏକ ଝିଅକୁ ପ୍ରେମ ବିବାହ କରି ଘରରୁ ବାହାରକୁ ଚାଲିଯାଇଥିଲେ। ନିରଂଜନଙ୍କ ଦୁଇଟି ଝିଅ ବିବାହ କରି ବାହାରେ ରହୁଥିବା ବେଳେ ତାଙ୍କ ପାଖରେ ପତ୍ନୀ, ବୋହୂ ଓ ନାତି ରହୁଥିଲେ। ହଠାତ୍ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ବୋହୂ ଜୟନ୍ତୀ ଏହି ପ୍ରକାର ନିଷ୍ପତି ନେଇ ମୁଖାଗ୍ନୀ ଦେଇଥିଲେ। ବର୍ତ୍ତମାନ ଜୟନ୍ତୀଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରିଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କ ଶଶୁରଙ୍କ ବିୟୋଗରେ ସାନ୍ତୁନା ଦେଇଛନ୍ତି। ନିରଞ୍ଜନ ସ୍ଥାନୀୟ ଅଞ୍ଚଳରେ ଜଣାଶୁଣା ବ୍ୟବସାୟୀ ଭାବେ ପରିଚିତ ଥିବା ବେଳେ ତାଙ୍କ ବିୟୋଗ ଯୋଗୁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

ପାରଳାଖମୁଣ୍ଡିଠାରେ ଗଜପତି ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ।ପାରଳାଖେମୁଣ୍ଡି:୬/୪(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ସଂଯୁକ୍ତ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଫାଲଗୁନୀ ମାଝୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ସୁନୀଲ କାନ୍ତ ମହାନ୍ତି, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଦୟାମୟ ପାଢ଼ୀ,ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା ଅଭିଯୋଗ ଶୁଣାଣୀ କରିଥିଲେ। ଆଜିର ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିରରେ ମୋଟ-୬୦ ଗୋଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା। ସେଥି ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ସମସ୍ୟା-୪୯ ଗୋଟି,ଗ୍ରାମ ଭିତ୍ତିକ ସମସ୍ୟା – ୧୧ ଗୋଟି ଅଭିଯୋଗ ଆସିଥିଲା । ଅନ୍ୟ ସମସ୍ତ ଅଭିଯୋଗକୁ ତୁରନ୍ତ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଧେଶ ଦିଆଯାଇଛି। ଆଜିର ଏହି ଅଭିଯୋଗ ଶୁଣାଣି ଶିବିରରେ ସାମାଜିକ ସୁରକ୍ଷା,ଜମି ପଟ୍ଟା,ମନରେଗା,ଗୃହ ନିର୍ମାଣ, ରାସନ୍ କାର୍ଡ, ଶିକ୍ଷା,ଜଳ ସେଚନ ରାସ୍ତା ଓ ସ୍ଵାସ୍ଥ୍ୟ ସମସ୍ୟା ବୋଲି ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ଆସିଥିଲା । ଆଜିର ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ରେ ଗୋଷାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଗୋର ଚନ୍ଦ୍ର ପଟ୍ଟନାୟକ ,ସ୍ଥାନୀୟ ତହସିଲଦାର ନାରାୟଣ ବେହେରା ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଗଣ ଏହି ଅଭିଯୋଗ ଶୁଣାଣୀରେ ଉପସ୍ଥିତ ଥିଲେ।