Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ମହାସମାରୋହରେ ସରସ୍ଵତୀ ପୂଜା ପାଳିତ

ପାରଳାଖେମୁଣ୍ଡି;୧୫/୨(ଗରୁଡ଼ ଧ୍ଵଜ ଚୌଧୁରୀ) ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ୩୪ତମ ସରସ୍ଵତୀ ପୂଜା ମହା ସମାରୋହରେ ପାଳିତ ହୋଇଥିଲା । ଛାତ୍ରଛାତ୍ରୀ ତଥା ପୁରୋହିତଙ୍କ ଦ୍ଵାରା ମାଁଆଙ୍କ ଆବାହନ,ପୂଜନ ଏବଂ ହୋମ, ପୂଷ୍ପାଞ୍ଜଳି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା ।ଏହି ଅବସରରେ ପାରଳାଖେମୁଣ୍ଡିର ୧୦୦ରୁ ଉର୍ଦ୍ଧ୍ବ ଶିଶୁମାନେ ନିଜ ପିତାମାତାଙ୍କ ସହ ଆସି ଖଡ଼ିଛୁଆଁ ମାଧ୍ୟମରେ ବିଦ୍ୟାରମ୍ଭ କରି ଥିଲେ । ସରସ୍ଵତୀ ପୂଜା ଉପଲକ୍ଷେ ସନ୍ଧ୍ୟାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ “ନୃତ୍ୟାଞଳି” ର ଆୟୋଜନ କରାଯାଇଥିଲା ।ଯେଉଁଥିରେ ସହରର ବିଭିନ୍ନ ଅଗ୍ରଣୀ ନୃତ୍ୟାନୁଷ୍ଠାନ ମାନେ ଯୋଗଦେଇ ଉପସ୍ଥିତ ଦର୍ଶକ ମାନଙ୍କର ମନକୁ କିଣିନେଇଥିଲେ ।ନଗରର ଅନେକ ନିମନ୍ତ୍ରିତ ଅତିଥି ତଥା ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ଥିଲେ।ଅନୁଷ୍ଠାନର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସମ୍ପନ୍ନ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ