Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋ ମୂତ୍ର ମଣିଷ ପାଇଁ ଆଦୌ ଠିକ୍‌ ନୁହେଁ; ରିପୋର୍ଟ

ନୂଆଦିଲ୍ଲୀ: ଭାରତୀୟ ପ୍ରାଣୀ ଚିକିତ୍ସା ଅନୁସନ୍ଧାନ ପ୍ରତିଷ୍ଠାନ ଦାବି କରିଛି ଯେ ତାଜା ଗୋ ମୂତ୍ରରେ ସମ୍ଭାବ୍ୟ କ୍ଷତିକାରକ ଜୀବାଣୁ ରହିଥାଇପାରେ। ଯାହାକୁ ପିଇ‌ଲେ ଜଣେ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ରିପୋର୍ଟରେ ସେ ଦାବି କରିଛନ୍ତି କୌଣସି ବ୍ୟକ୍ତି ସିଧାସଳଖ ଗୋ ମୂତ୍ରରେ ପିଇବା ଠାରୁ ଦୂରେଇ ରହିବା ଉଚିତ। ଏହା ସେମାନଙ୍କୁ ଅସୁସ୍ଥ କରିପାରେ।

ରିପୋର୍ଟରେ ଏହା ଦାବି କରାଯାଇଛି ଯେ ଗୋ ମୂତ୍ର ଅପେକ୍ଷା ମଇଁଷି ମୂତ୍ର ଅଧିକ ପ୍ରଭାବଶାଳୀ ଅଟେ। IVRI ର ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଗୋ ମୂତ୍ରରେ ପ୍ରାୟ ୧୪ ପ୍ରକାରର କ୍ଷତିକାରକ ଜୀବାଣୁ ରହିଛି ଯାହା ପେଟ ସଂକ୍ରମଣର କାରଣ ହୋଇପାରେ। ଏହାଠୁ ଦୂରେଇ ରହିବା ଭଲ।

ଏହି ରିପୋର୍ଟ ଅନଲାଇନ୍ ରିସର୍ଚ୍ଚ ୱେବସାଇଟ୍ ରିସର୍ଚ୍ଚଗେଟ୍ ରେ ପ୍ରକାଶିତ ହୋଇଛି। ଗାଈ, ବଳଦ ଏବଂ ମଣିଷର ୭୩ ଟି ପରିସ୍ରା ନମୁନା ନିଆଯାଇ ପରୀକ୍ଷା କରାଯାଇଥିଲା। ଏଥିରୁ ଜଣାପଡ଼ିଛି ଯେ ଗାଈ ଅପେକ୍ଷା ମଇଁଷି ମୂତ୍ରରେ ଆଣ୍ଟିବ୍ୟାକ୍ଟେରିଆଲ୍ ରହିଛି ଯାହା ବହୁତ ଭଲ ଅଟେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ