Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଦୁଇ ନାବାଳକ ଶିଶୁଙ୍କ ସଲିଳ ସମାଧି,ଗାଁ ରେ ଶୋକାକୁଳ ପରିବେଶ।

କୋକସରା:୧୭/୦୨
କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ପାଡେପଦର ପଞ୍ଚାୟତର ଦୁରେସପଦର ଗ୍ରାମର ଦୁଇ ନାବାଳକ ଗାଧେଇବା ପାଇଁ ଯାଇ ପୋଖରୀରେ ବୁଡି ଯାଇଥିବା ବେଳେ ଗ୍ରାମବାସୀଙ୍କ ଦ୍ଵାରା ଦୁଇ ଶିଶୁଙ୍କ ଶବ ଉଦ୍ଧାର କରାଯାଇଛି । ସୂଚନାରୁ ପ୍ରକାଶ ଯେ, ଶନିବାର ଅପରାହ୍ନରେ ଦୂରେସପଦର ଗ୍ରାମର ସୁରେଶ ନାଏକଙ୍କ ପୁଅ ଅଷ୍ମାନ ନାଏକ (୧୦) ଓ ଈଶ୍ୱର ନାଏକଙ୍କ ପୁଅ ଶାନ୍ତନୁ ନାଏକ (୧୦) ଗାଧେଇବା ପାଇଁ ନିକଟ ପୋଖରୀକୁ ଯାଇ ବୁଡି ଯାଇଥିଲେ । କୌଣସି ପ୍ରକାରେ ଗ୍ରାମରେ ସୂଚନା ମିଳିବା ପରେ ଗାଁ ଲୋକ ଯାଇ ଦୁଇ ଶିଶୁଙ୍କ ମୃତ ଦେହ ଉଦ୍ଧାର କରିଥିଲେ । ଦୁଇ ଶିଶୁଙ୍କ ମୃତ୍ୟୁ ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଖବର ଲେଖା ହେବା ପର୍ଯ୍ୟନ୍ତ ପୋଲିସ ଘଟଣା ସ୍ଥଳରେ ପହଞ୍ଚିନଥିଲା ।