Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ୱନାଥପୁରଠାରେ କଂଗ୍ରେସର କର୍ମୀ ସମ୍ମିଳନୀ : ଚର୍ଚ୍ଚାରେ ବିଜେପି-ବିଜେଡି ବାହାଘର

କଳାହାଣ୍ଡି,୧୮/୦୨-ନିର୍ବାଚନ ପାଖେଇ ଆସୁଥିବାବେଳେ ରାଜନୈତିକ ଗତିବିଧି ମଧ୍ୟ ବେଶ୍ ବୃଦ୍ଧି ପାଇବାରେ ଲାଗିଛି। ଏହିପରି ଭାବେ କଳାହାଣ୍ଡି ଜିଲ୍ଲା ରାଜନୀତିରେ ଘଡ଼ିକେ ଘୋଡା ଛୁଟୁଥିବାବେଳେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି ଲାଞ୍ଜିଗଡ ବିଧାନସଭା ନିର୍ବାଚନ ମଣ୍ଡଳୀ। ଏହି ଆସନକୁ ହାତେଇବାକୁ ଶାସକ ବିଜେଡି, ବିଜେପି ସହିତ ତାଳଦେଇ କଂଗ୍ରେସ ତାର ସଂଗଠନ ସଜାଡିବାରେ ଲାଗିପଡିଛି। ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ କଂଗ୍ରେସରେ ଯୋଗ ଦେବା ପରେ ସେ କଂଗ୍ରେସ ସଂଗଠନକୁ ସୁଦୃଢ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଏହିକ୍ରମରେ ଦଳ ତରଫରୁ ତାଙ୍କ ନେତୃତ୍ୱରେ ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ବଜାରପଡିଆରେ ଏକ ବିଶାଳ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବ୍ଲକର ବିଭିନ୍ନ ପଞ୍ଚାୟତରୁ ଏକ ହଜାରରୁ ଉର୍ଦ୍ଧ୍ୱ କର୍ମୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବରେ ରାଜ୍ୟ ଓ ଜିଲ୍ଲାସ୍ତରୀୟ ନେତୃବୃନ୍ଦ ଯୋଗ ଦେଇ କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡି ସରକାରଙ୍କ ବିରୁଦ୍ଧରେ ପ୍ରବଳ ବର୍ଷିଥିଲେ। ଏଥିରେ ଅତିଥି ଭାବେ ଥୁଆମୂଳରାମପୁର ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷା ଦ୍ରୌପଦୀ ମାଝୀ, ପୂର୍ବତନ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ଇଂ ଫକୀରମୋହନ ମାଝୀ, କଂଗ୍ରେସ ରାଜ୍ୟ ମିଡିଆ ସେଲ ସାଧାରଣ ସଂପାଦକ ମୂରଲୀଧର ନାଏକ, ଜୟପାଟଣା ବ୍ଲକ ସଭାପତି ଗଙ୍ଗାଧର ପାତ୍ର, କଂଗ୍ରେସ ନେତା ମନୋଜ ରାଉତ, ଦେବେନ୍ଦ୍ର ନାୟକ, ଗୋବିନ୍ଦ ପ୍ରଧାନୀ, ଶିଶିର ପୁଝାରୀ, ପୂର୍ଣ୍ଣଚନ୍ଦ୍ର ଗଉଡ, ପ୍ରଦୀପ ମାଝୀ, ଉଦ୍ଧବ ମାଝୀ, କର୍ଣ୍ଣ ସାହୁ, ପୁରୁଷୋତମ ଦଣ୍ଡସେନା, କେଶବଚନ୍ଦ୍ର ବାରିକ, କନୌଜ ରାଉତ, ଭୀମସେନ ସାହୁ, ଅଶୋକ ପରିଡା, ପିତାମ୍ବର ପୁଟେଲ, ଭଗବାନ ମାଝୀ, ନବୀନ ସୁନାଙ୍କ ସମେତ ବହୁସଂଖ୍ୟକ ନେତା ଓ କର୍ମୀ ଯୋଗ ଦେଇଥିଲେ। ତେବେ କର୍ମୀ ସମ୍ମିଳନୀ ପୂର୍ବରୁ ବରବେଶରେ ବିଜେପି ଓ କନ୍ୟାବେଶରେ ବିଜେଡିକୁ ସଜାଇ ବାଜାବାଣ ସହିତ ବିଶ୍ୱନାଥପୁର ସହର ପରିକ୍ରମା କରିବା ସାଧାରଣ ଜନତାଙ୍କ ପାଇଁ ରୋଚକ ହୋଇଥିଲା। ଏହି ଅବସରରେ ବ୍ଲକର ବିଭିନ୍ନ ପଞ୍ଚାୟତରୁ ପଚାଶରୁ ଉର୍ଦ୍ଧ୍ୱ ବିଜେଡି ଓ ବିଜେପି କର୍ମୀ କଂଗ୍ରେସରେ ସାମିଲ ହୋଇଥିଲେ।