Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଳିଯୁବାଙ୍ଗରେ ଚାଞ୍ଚେର ମାଝୀଙ୍କ ଚିନ୍ତନ ବୈଠକ : ପୁଣି ଦଳ ଛାଡିଲେ ପଚାଶରୁ ଅଧିକ କଂଗ୍ରେସ କର୍ମୀ

କଳାହାଣ୍ଡି,୧୮/୦୨-କଂଗ୍ରେସ ଦଳର ବିଧାୟକ ଟିକେଟ ଆଶାୟୀ ଥିବା ଯୁବନେତା ଚାଞ୍ଚେର ମାଝୀ ଦଳ ଛାଡିବା ପରେ ଏବେ ବିଭିନ୍ନ ଗାଁରେ ନିଜ ସମର୍ଥକମାନଙ୍କୁ ଏକଜୁଟ୍ କରି ଆୟୋଜନ କରୁଛନ୍ତି ଚିନ୍ତନ ବୈଠକ। ବୈଠକରେ ସେ ନିଜ ସମର୍ଥକମାନଙ୍କଠାରୁ ନିଜର ପରବର୍ତ୍ତୀ ରଣନୀତି ସଂପର୍କରେ ମତାମତ ସଂଗ୍ରହ କରୁଥିବା ଲକ୍ଷ୍ୟ କରାଯାଉଛି। ଗତ କିଛିଦିନ ତଳେ କଂଗ୍ରେସ ଦଳର ବିଧାୟକ ଆଶାୟୀ ଥିବା ଚାଞ୍ଚେର ନିଜର ଶତାଧିକ ସମର୍ଥକମାନଙ୍କୁ ନେଇ ଦଳ ଛାଡିଥିବାବେଳେ ନିଜର ପରବର୍ତ୍ତୀ ପଦକ୍ଷେପ ପାଇଁ ନିଜ ସମର୍ଥକମାନଙ୍କୁ ନେଇ ବୈଠକମାନ ଆୟୋଜନ କରୁଛନ୍ତି। ଏହିକ୍ରମରେ ଶ୍ରୀ ମାଝୀଙ୍କ ନେତୃତ୍ୱରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ମାଳିଯୁବାଙ୍ଗଠାରେ ଏକ ଚିନ୍ତନ ବୈଠକର ଆୟୋଜନ କରାଯାଇଥିବାବେଳେ ବୈଠକରେ କଂଗ୍ରେସ ଦଳ ତାଙ୍କୁ ଧୋକା ଦେଇଥିବା ନେଇ ସେ ବିଷୋଦଗାର କରିଥିଲେ। ତାଙ୍କ ବକ୍ତବ୍ୟ ପରେ ତାଙ୍କୁ ସମର୍ଥନ ଜଣାଇ ମାଳିଯୁବାଙ୍ଗ ପଞ୍ଚାୟତର ପଚାଶରୁ ଅଧିକ କଂଗ୍ରେସ କର୍ମୀ ଦଳ ଛାଡିବା ନେଇ ଘୋଷଣା କରିଥିବା ଜଣାପଡିଛି। ଏଇ ଅବସରରେ ଶ୍ରୀ ମାଝୀଙ୍କ ସହିତ ଯୁବନେତା ରାଜେନ୍ଦ୍ର ମାଳୀ, ହରିହର କୁମାର ପ୍ରମୁଖ ଉପସ୍ଥିତ ଥିଲେ।