କଳାହାଣ୍ଡି,୧୮/୦୨-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ସୀମାନ୍ତ ଭୁର୍ଟିଗଡ଼ରେ ଶନିବାର ବିଳମ୍ବିତ ରାତିରେ ଦେଖିବାକୁ ମିଳିଛି ଚୋରଙ୍କ ଉପଦ୍ରବ। ଭୁର୍ଟିଗଡ଼ ମୁଖ୍ୟ ଛକରେ ଥିବା ଏକ କିରାନା ଦୋକାନର କବାଟ ଭାଙ୍ଗି ଚୋରମାନେ ପଶିବା ସହିତ ଦୋକାନରେ ଥିବା ଦୁଇଟି ଫ୍ରିଜ ଭାଙ୍ଗି ସେଠାରେ ଥିବା ଥଣ୍ଡାପାନୀୟ ସହିତ ବିଭିନ୍ନ ସାମଗ୍ରୀ ଫିଙ୍ଗାଫୋପଡା କରିଛନ୍ତି। ସେହିପରି ଦୋକାନରେ ଥିବା ୧୫ ହଜାରରୁ ଅଧିକ ଟଙ୍କା ଚୋରି କରି ନେଇଥିବା ଜଣାପଡିଛି। ଆଜି ସକାଳେ ଦୋକାନ କବାଟ ଭଙ୍ଗା ଯାଇଥିବା ଦେଖି ଦୋକାନ ମାଲିକ ରମେଶ ନାଏକ ଗାଁ ଲୋକଙ୍କୁ ଡାକି ଦେଖାଇଥିଲେ। ସୂଚନାଯୋଗ୍ୟ, ନିଜର ଭରଣପୋଷଣ ପାଇଁ ଭୁର୍ଟିଗଡ଼ର ରମେଶ ଗାଁ ଛକରେ ଏହି ଛୋଟ ଦୋକାନ ଖୋଲିଥିଲେ। ଦୋକାନ ଚୋରି ହେବା ପରେ ସେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଏ ସମ୍ପର୍କରେ ସେ ପୁଲିସ ନିକଟରେ ସେ ଅଭିଯୋଗ କରିବାକୁ ପ୍ରସ୍ତୁତ ହେଉଥିବା ଜଣାପଡିଛି।