Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆପ୍ ଜରିଆରେ ଦେଶ ପାଇଁ କିଛି କରିବାକୁ ଚାହାନ୍ତି ଈଶ୍ଵର, ୨୦୨୪ର ସଙ୍କେତ ଦେଲେ କେଜ୍ରିଓ୍ଵାଲ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି(ଆପ୍)କୁ ଜାତୀୟ ଦଳର ମାନ୍ୟତା ମିଳିବା ପରେ ମଙ୍ଗଳବାର ପାର୍ଟିର ସଂଯୋଜକ ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି ଈଶ୍ଵର ଆମ ପାର୍ଟିକୁ ଦେଶର ଏକ ନମ୍ବର ଦଳ କରିବାକୁ ଚାହୁଁଛି। ଆମ ଜରିଆରେ ଈଶ୍ଵର ଦେଶ ପାଇଁ କିଛି କରିବାକୁ ଚାହୁଁଛନ୍ତିଅ। ପରୋକ୍ଷରେ ୨୦୨୪ ଲୋକସଭା ନିର୍ବାଚନ ପାଇଁ ସନ୍ଦେଶ ଦେଇ ଅରବିନ୍ଦ କେଜ୍ରିଓ୍ଵାଲ କହିଛନ୍ତି ଦେଶ ବିରୋଧୀ ଶକ୍ତି ତାଙ୍କୁ ଅଟକାଇବାକୁ ଚାହୁଁଛନ୍ତି। ଯେଉଁ ଲୋକ ଜେଲ୍ ଯିବାକୁ ଡରୁଛନ୍ତି, ସେମାନେ ଆମ୍ ଆଦମୀ ପାର୍ଟି ଛାଡି ଦିଅନ୍ତୁ। ତାଙ୍କ ରକ୍ତର ପ୍ରତିଟି ବୁନ୍ଦା ଦେଶର କାମରେ ଲାଗିବ, କର୍ମୀଙ୍କୁ ସଂଘର୍ଷର ମନ୍ତ୍ର ଦେଇ ଏହା କହିଛନ୍ତି କେଜ୍ରିଓ୍ଵାଲ କହିଛନ୍ତି।

କେଜ୍ରିଓ୍ଵାଲ ଏହି ସମୟରେ ଜେଲରେ ବନ୍ଦୀ ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନଙ୍କୁ ମନେ ପକାଇଛନ୍ତି। ସେ କହିଛନ୍ତି ଯଦି ଏହି ଦୁଇ ନେତା ଥାଆନ୍ତେ ତେବେ ଏହି ଖୁସି ଦ୍ଵିଗୁଣିତ ହୋଇଥାନ୍ତା। ସେମାନେ ଦେଶ ପାଇଁ ସଂଘର୍ଷ କରୁଛନ୍ତି। ଏହି ସମୟରେ ସମସ୍ତ ରାଷ୍ଟ୍ରବିରୋଧୀ ତତ୍ତ୍ଵ, ଯେଉଁମାନେ ଦେଶର ଉନ୍ନତି ଚାହାନ୍ତି ନାହିଁ ସେମାନେ ମିଶି ଆପକୁ ବିରୋଧ କରୁଛନ୍ତି। ସିସୋଦିଆଙ୍କ ଭୁଲ୍ ଥିଲା ସେ ଗରିବ ପିଲାଙ୍କୁ ସ୍ଵପ୍ନ ଦେଖାଇଲେ। ଜୈନ ସାହାବଙ୍କ ଏହି ଦୋଷ ଥିଲା ଯେ, ସେ ସମସ୍ତଙ୍କୁ ଉତ୍ତମ ସ୍ଵାସ୍ଥ୍ୟ ସେବା ମିଳିବା କଥା କହୁଥିଲେ। ଦୁହେଁ ବିଚରା ନୁହନ୍ତି, ସେମାନେ ଭଗତ ସିଂଙ୍କ ଶିଷ୍ୟ। ସମସ୍ତ ଦେଶବିରୋଧୀ ଶକ୍ତି ଆମକୁ ଅଟକାଇବାକୁ ଚେଷ୍ଟା କରୁଛନ୍ତି। ହେଲେ ଉପର ବାଲାଙ୍କ ହାତ ଆମ ଉପରେ ରହିଛି।

ଭଗବାନ ତାଙ୍କ ପାର୍ଟିକୁ ଭାରତକୁ ଏକ ନମ୍ବର ଦେଶରେ ପରିଣତ କରିବାର କାମ ଦେବାକୁ ଚାହୁଁଛନ୍ତି। ଭଗବାନ ଆମ ଜରିଆରେ କିଛି କରାଇବାକୁ ଚାହୁଁଛନ୍ତି। ଆମ ସମସ୍ତଙ୍କ ସ୍ଵପ୍ନ ଭାରତ ଦୁନିଆର ଏକ ନମ୍ବର ଦେଶ ହେଉ। ଦେଶ ରାଜନୀତିରେ ଆପ୍ ଏକ ନୂତନ ଦିଗ ଦେଇଛି। ଏହି ଆପ୍ ପାର୍ଟି ଯୋଗୁଁ ଆଜି ଦେଶର ସମସ୍ତ ଦଳ ଶିକ୍ଷା, ସ୍ଵାସ୍ଥ୍ୟ ଏବଂ ମାଗଣା ବିଜୁଳିର କଥା କହୁଛନ୍ତି। ଭଗବାନଙ୍କୁ ପ୍ରାର୍ଥନା କରୁଛି ଏହି ଦେଶର ସେବା ପାଇଁ ଏ ଜୀବନ ଚାଲିଗଲେ ମୁଁ ନିଜକୁ ସୌଭାଗ୍ୟଶାଳୀ ମନେ କରିବି। ମୋ ଶରୀରର ପ୍ରତିଟି ରକ୍ତ ବୁନ୍ଦା ଦେଶ ପାଇଁ ସହିଦ ହେଲେ ନିଜକୁ ମୁଁ ସୌଭାଗ୍ୟଶାଳୀ ଭାବିବି ବୋଲି ଦିଲ୍ଲୀର ମୁଖ୍ୟମନ୍ତ୍ରୀ କହିଛନ୍ତି।

More Stories