Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋ ସହିତ ଏ ମିତି ଟ୍ରିକ୍ସ ଖେଳନ୍ତୁ ନାହିଁ, ଓକିଲଙ୍କୁ କଡା ତାଗିଦ୍ କଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଏକ ଶୁଣାଣି ସମୟରେ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ଆଇନଜୀବୀ ମାମଲାର ଶୁଣାଣି ପାଇଁ ଶୀଘ୍ର ତାରିଖ ଦେବାକୁ ଦାବି କରି ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡଙ୍କ ଖଣ୍ଡପୀଠ ସାମ୍ନାରେ ଅଜବ ଟିପ୍ପଣୀ କରିଛନ୍ତି। ଆଇନଜୀବୀ କହିଛନ୍ତି, ଯଦି ଆପଣ ଅନୁମତି ଦିଅନ୍ତି ତେବେ ମୁଁ ଅନ୍ୟ କୌଣସି ବେଞ୍ଚରେ ଯାଚିକା ଦାଖଲ କରି ପାରିବି। ଏହା ଶୁଣି ପ୍ରଧାନ ବିଚାରପତି କ୍ଷୁବ୍ଧ ହେବା ସହ ଓକିଲଙ୍କୁ ତାଗିଦ୍ କରିଛନ୍ତି। ସେ କହିଛନ୍ତି, ମୋ ସହିତ ଏମିତି ଟ୍ରିକ୍ସ ଖେଳନ୍ତୁ ନାହିଁ। ଆବେଦନ ଦାଖଲ କରିବା ପରେ ଶୀଘ୍ର ଶୁଣାଣି ପାଇଁ ଅନ୍ୟତ୍ର ବେଞ୍ଚରେ ଦାଖଲ କରିବା କଥା କଦାପି କୁହନ୍ତୁ ନାହିଁ।

ଏହା ଉପରେ ଓକିଲ କହିଛନ୍ତି ମାଇଲର୍ଡ ଆପଣ ମୋତେ କ୍ଷମା କରି ଦିଅନ୍ତୁ। ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ କହିଛନ୍ତି ଆପଣଙ୍କ କ୍ଷମାକୁ ସ୍ଵୀକାର କରୁଛୁ, ମାତ୍ର ମୋର ଅଥରିଟିକୁ ଚ୍ୟାଲେଞ୍ଜ କରିବାକୁ କଦାପି ଚେଷ୍ଟା କରନ୍ତୁ ନାହିଁ। ଆପଣଙ୍କ ମାମଲାର ଶୁଣାଣି ପାଇଁ ଏପ୍ରିଲ ୧୭ ତାରିଖ ଧାର୍ଯ୍ୟ କରାଯାଇଛି ବୋଲି ପ୍ରଧାନ ବିଚାରପତି କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ