Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉମେଜ ଗାଁରେ ଅଘଟଣ : ପାଣିରେ ବୁଡ଼ି ଯୁବକଙ୍କ ମୃତ୍ୟୁ

କଳାହାଣ୍ଡି,୨୩/୦୨-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଥାନାଞ୍ଚଳ ଲାଞ୍ଜି ପଞ୍ଚାୟତ ଉମେଜ ଗାଁରେ ପାଣିରେ ବୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ବୀର ସୁନା(୪୫) ଓ ସେ ଗାଁ ନିକଟସ୍ଥ ଜଙ୍ଗଲକୁ ଯାଇ ଫେରୁଥିବାବେଳେ ପାହାଡିଆ ଝରଣା ପାଣିରେ ପଡିଯାଇ ବୁଡି ଯାଇଥିଲେ। ସେ ଫେରିବା ବିଳମ୍ବ ହେବା ଦେଖି ତାଙ୍କ ପୁଅ ମହାନ୍ତି ସୁନା ଖୋଜିବା ପାଇଁ ଜଙ୍ଗଲ ରାସ୍ତାରେ ଯାଉଥିବାବେଳେ ନିକଟସ୍ଥ ଝରଣାରେ ବାପା ମୁହଁ ମାଡି ପଡ଼ିଥିବା ଦେଖି ଗାଁ ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ଗାଁ ଲୋକେ ମୃତଦେହ ଉଦ୍ଧାର କରି ବିଶ୍ୱନାଥପୁର ପୁଲିସକୁ ଖବର ଦେଇଥିଲେ। ବିଶ୍ୱନାଥପୁର ପୁଲିସ ଘଟଣା ସ୍ଥଳରୁ ଶବ ଜବତ ସହିତ ବ୍ୟବଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି। ଏନେଇ ବିଶ୍ୱନାଥପୁର ଥାନା କେସ ନଂ ୨/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଥାନାଧିକାରୀ ମମତା ହେମ୍ବ୍ରମ ତଦନ୍ତ କରୁଥିବା ଜଣାପଡ଼ିଛି।