Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିଜେପିରେ ସାମିଲ ହେଲେ ଯୁବନେତା ଚାଞ୍ଚେର ମାଝୀ

କଳାହାଣ୍ଡି,୨୫/୦୨-ନିର୍ବାଚନ ପାଖେଇ ଆସୁଥିବାବେଳେ ଏବେ ରାଜନୈତିକ ବାତାବରଣ ସରଗରମ ହୋଇଉଠିଛି। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ଆଦିବାସୀ ବର୍ଗଙ୍କ ପାଇଁ ସଂରକ୍ଷିତ ଥିବାବେଳେ ଏଠାରେ କଂଗ୍ରେସର ପ୍ରବଳ ଦାବିଦାର ଥିବା ଯୁବନେତା ଚାଞ୍ଚେର ମାଝୀଙ୍କ ବଦଳରେ ପୂର୍ବତନ ବିଧାୟକ ବଳଭଦ୍ର ମାଝୀଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ଉପସ୍ଥାପିତ କରାଯିବା ପରେ ଚାଞ୍ଚେର ତାଙ୍କର ଶତାଧିକ ସମର୍ଥକଙ୍କ ସହିତ ଦଳ ଛାଡିଥିଲେ। ଆଜି ସେ ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେଇଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ଅନ୍ୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଥିବାବେଳେ ତାଙ୍କୁ ରାଜ୍ୟ ସଭାପତି ସ୍ୱାଗତ କରିଥିଲେ। ଏହି ଅବସରରେ ଯୁବନେତା ରାଜେନ୍ଦ୍ର ମାଳି, ହରିହର କୁମାର, ବିନୋଦ ଗଉଡ଼ଙ୍କ ସମେତ ରବୀନ୍ଦ୍ର ପ୍ରଧାନୀ, ପିତାମ୍ବର ପଟେଲ, ହାଡିବନ୍ଧୁ ନାଏକ, ଯଶୋବନ୍ତ ବେହେରା ଏବଂ ଅନ୍ୟ ୩୦ରୁ ଅଧିକ ଦଳ ଛାଡ଼ିଥିବା କଂଗ୍ରେସ କର୍ମୀ ଆଜି ବିଜେପିରେ ଯୋଗ ଦେଇଛନ୍ତି। ଚାଞ୍ଚେର ଦଳରେ ଯୋଗଦେବା ପରେ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀରେ ବିଜେପି ଦଳ ତୃଣମୂଳ ସ୍ତରରୁ ଆହୁରି ମଜବୁତ ହେବ ବୋଲି ରାଜ୍ୟ ନେତୃବୃନ୍ଦ ମତ ଦେଇଥିବାବେଳେ ଗୈରିକ ଦଳ ତାଙ୍କୁ ଏଥର ଦଳର ବିଧାୟକ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇପାରେ ବୋଲି ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଲାଣି।