Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୋନିଆ ଗାନ୍ଧୀ – ବିରୋଧୀଙ୍କୁ ଚୁପ୍ କରିଦେଲେ ଦେଶର ସମସ୍ୟା ସମାଧାନ ହେବନାହିଁ

ଦରଦାମ ବୃଦ୍ଧି, ବେରୋଜଗାରୀ ଓ ଚାଷୀ ପ୍ରସଙ୍ଗରେ ମଧ୍ୟ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ସୋନିଆ । ଲକ୍ଷଲକ୍ଷ ଲୋକଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରୁଥିବା ସରକାର ଚୁପ୍‌ ରହିଛି । ଅର୍ଥମନ୍ତ୍ରୀ ବଜେଟ ଭାଷଣରେ ବେରୋଜଗାରୀ ଓ ଦରଦାମ ବୃଦ୍ଧି ବିଷୟରେ ଆଲୋଚନା କରୁ ନାହାନ୍ତି । ୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦୁଇଗୁଣା କରିବାକୁ ଦେଇଥିବା ପ୍ରତିଶ୍ରୁତିରେ ବିଫଳ ପ୍ରଧାନମନ୍ତ୍ରୀ ଚୁପ ରହିଛନ୍ତି ବୋଲି ସୋନିଆ କହିଛନ୍ତି ।

ସୋନିଆ କହିଛନ୍ତି, “ମୋଦି ସରକାର କେନ୍ଦ୍ରୀୟ ଏଜେନ୍ସିର ଦୂରୁପଯୋଗ କରୁଛନ୍ତି । ସଂସଦରେ ବିରୋଧୀଙ୍କ ସ୍ବରକୁ ଚାପି ଦିଆ ଯାଉଛି, ମିଡିଆ ଉପରେ ଚାପ ପକାଯାଉଛି, ନ୍ୟାୟପାଳିକାର ବିଶ୍ବସନୀୟତାକୁ ଦୁର୍ବଳ କରିବାକୁ ପ୍ରୟାସ କରାଯାଉଛି । ବେକାରୀ, ମୁଦ୍ରାସ୍ଫୀତି, ସାମାଜିକ ବିଭାଜନ, ବଜେଟ୍ ଏବଂ ଆଦାନୀ ଭଳି ପ୍ରସଙ୍ଗ ସଂସଦରେ ଉଠାଇବାକୁ ବିରୋଧୀଙ୍କୁ ରୋକାଜାଉଛି।ବିରୋଧୀଙ୍କ ସ୍ୱର ଚାପି ଦେବାକୁ ସଂସଦ ରୁ ଭାଷଣକୁ ହଟାଇବା, ଆଲୋଚନା ବନ୍ଦ କରିବା, ସାଂସଦ ମାନଂକୁ ଆକ୍ରମଣ କରିବା ଏବଂ ଶେଷରେ କଂଗ୍ରେସ ସାଂସଦଙ୍କୁ ଅଯୋଗ୍ୟ ଘୋଷଣା କରିବା ଭଳି ପଦକ୍ଷେପ କେନ୍ଦ୍ର ସରକାର ନେଇଛନ୍ତି । ତେବେ ଜବରଦସ୍ତ ଚୁପ କରି ଦିଆଗଲେ ଦେଶ ସମସ୍ୟାର ସମାଧାନ ହେବ ନାହିଁ ବୋଲି ସୋନିଆ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ