Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲାରେ ୨ ଗୋଟି ଆମହସ୍ପିଟାଲ ରୂପାନ୍ତରୀକରଣ ର ମୂଖ୍ୟମନ୍ତ୍ରୀ ଙ୍କ ଦ୍ବାରା ଶୁଭ ଉଦଘାଟନ

ପାରଳାଖେମୁଣ୍ଡି:୨୮/୨(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ଦୁଇ ଗୋଟି ଆମ ହସ୍ପିଟାଲ ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାରଳାଖେମୁଣ୍ଡି ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଚନ୍ଦ୍ରଗିରି କୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆବାସୀ ମାଧ୍ୟମରେ ଶୁଭ ଉଦ୍ଘାଟନ କରିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାରଳାଖେମୁଣ୍ଡିର ୫ କୋଟି ୬୮ ଲକ୍ଷ ୮୧ ହଜାର ଟଙ୍କା ରେ ରୂପାନ୍ତରୀକରଣ କରାଯାଇଛି ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଚନ୍ଦ୍ରଗିରି ର ୨ କୋଟି ୭୮ ଲକ୍ଷ ଟଙ୍କା ରେ ରୂପାନ୍ତରୀକରଣ କରାଯାଇଛି। ହସ୍ପିଟାଲ ରୂପାନ୍ତରୀକରଣ ହେବା ଦ୍ବାରା ଜିଲ୍ଲାର ସମସ୍ତ ଜନସାଧାରଣ ବହୁତ ଉପକୃତ ହେବେ । ଆଜିର ଏହି ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ ,ମାନ୍ୟବର ସାଂସଦ ବ୍ରହ୍ମପୁର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଶ୍ରୀମତୀ ନିର୍ମଳା ସେଠୀ, ଅଧ୍ୟକ୍ଷା,ପୌର ପରିଷଦ ପାରଳାଖେମୁଣ୍ଡି ଓ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ଯୋଗଦେଇଥିଲେ।ଏହି ଉତ୍ସବରେ ଗଜପତି ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ଵାତୀ ଏସ କୁମାର, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଡ଼.ଗୁଣନିଧି ନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଦୀପ କୁମାର ପାତ୍ର ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ଜନ ପ୍ରତିନିଧି ଗଣ ସମେତ ବହୁ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ