Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲାଞ୍ଜିଗଡ ବ୍ଲକ ଗସ୍ତରେ ରାଜ୍ୟସଭା ସାଂସଦ ସୁଜିତ କୁମାର

କଳାହାଣ୍ଡି,୦୧/୦୩-ଆଜି ଦିନିକିଆ ଲାଞ୍ଜିଗଡ ବ୍ଲକ ଗସ୍ତରେ ଆସି ବିଭିନ୍ନ ଅଂଚଳ ପରିଦର୍ଶନ କରିବା ସହିତ ଅଂଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି ରାଜ୍ୟସଭା ସାଂସଦ ସୁଜିତ କୁମାର। ସାଂସଦ ଶ୍ରୀ କୁମାର ନିଜ ପୋଷ୍ୟ ଗ୍ରାମ ପଂଚାୟତ ଭଟାଙ୍ଗପଦର ଗସ୍ତ କରିବା ସହିତ ହାଇସ୍କୁଲର ପ୍ରଧାନଶିକ୍ଷକ ଝସକେତନ ପ୍ରଧାନଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଏହାପରେ ସାଂସଦ ଛତ୍ରପୁର ପଂଚାୟତ ବାରବୁଲିରେ କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ସହଯୋଗରେ ହୋଇଥିବା ଷ୍ଟ୍ରବେରୀ ଚାଷ ଦେଖି ଖୁସି ବ୍ୟକ୍ତ କରିବା ସହିତ ଏଥିରେ ନିୟୋଜିତ ଆଦିବାସୀ ମହିଳାଙ୍କୁ ପ୍ରଶଂସା କରିଥିଲେ। ଏହାପରେ ସେ ଲାଞ୍ଜିଗଡ ଶ୍ରୀ ଜଗନ୍ନାଥ ମନ୍ଦିର ପରିଦର୍ଶନ କରିବା ପରେ ସ୍ଥାନୀୟ ଜନସାଧାରଣଙ୍କ ସହିତ ଆଲୋଚନା କରି ଲୋକଙ୍କ ଅଭିଯୋଗ ଗ୍ରହଣ କରିଥିଲେ। ସେଠାରୁ ବାହାରି ସେ ବିଶ୍ୱନାଥପୁର ପହଂଚିବା ପରେ ଦଳୀୟ ନେତା ଓ କର୍ମୀ ତାଙ୍କୁ ସ୍ୱାଗତ କରିଥିଲେ। ବିଶ୍ୱନାଥପୁରସ୍ଥିତ ପୂର୍ତ୍ତ ବଙ୍ଗଳାଠାରେ ସ୍ଥାନୀୟ ସମସ୍ୟାଗୁଡିକ ସମ୍ପର୍କରେ ସେ ଲୋକଙ୍କ ସହିତ ଆଲୋଚନା କରିଥିଲେ। ଏହାପରେ ସେ ବିଶ୍ୱନାଥପୁରସ୍ଥିତ ନିର୍ମାଣାଧୀନ ଶ୍ରୀ ଜଗନ୍ନାଥ ମନ୍ଦିର ପରିଦର୍ଶନ କରିଥିଲେ। ସେହିପରି ପଶ୍ଚିମ ଓଡିଶା ବିକାଶ ପରିଷଦ ଅନୁଦାନରେ ନିର୍ମାଣଧୀନ କଲ୍ୟାଣ ମଣ୍ଡପ କାର୍ଯ୍ୟ ତଦାରଖ କରି କାନକୁଟ୍ରୁଠାରେ ହେଉଥିବା ଆମ ବ୍ୟାଙ୍କ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସାଂସଦଙ୍କ ସହିତ କଳାହାଣ୍ଡି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀ, ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ହରିହର ସାଂସ୍କୃତିକ ଅନୁଷ୍ଠାନ ଉପଦେଷ୍ଟା ଶ୍ରୀଧର ପେସନିଆ, ଚନ୍ଦ୍ରଧ୍ଵଜ ପେସନିଆ, ଅଶୋକ ପଟ୍ଟନାୟକ, ସଭାପତି ରାଜେନ୍ଦ୍ର ପ୍ରତାପ ସିଂଦେଓ, ସମ୍ପାଦକ କାମରାଜ ଦଳବେହେରା, ଲାଞ୍ଜିଗଡ ବ୍ଲକ ବିଜେଡ଼ି ସଭାପତି ହୀମାଦ୍ରି ପେସନିଆ, ଜିଲ୍ଲା ପରିଷଦ ସଭ୍ୟ ପରିକ୍ଷୀତ ନାଏକ, ଭଟାଙ୍ଗପଦର ସମିତିସଭ୍ୟ ରୂପେନ୍ଦ୍ର ଛତ୍ରିଆ, ମହିଳା ନେତ୍ରୀ ଫୁଲମେ ମାଝୀ, ବିଧାୟକ ପ୍ରତିନିଧି ପ୍ରଦୀପ ଘଡେଇ, ବିଜେଡି ନେତା ମନୋରଞ୍ଜନ ବିଶିଙ୍କ ସମେତ ବ୍ଲକ ପ୍ରଶାସନ ପକ୍ଷରୁ ବିଡ଼ିଓ ଶଶାଙ୍କ ପାତ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ସାଲଖୁ ହେମ୍ବ୍ରମ, କନିଷ୍ଠ ଯନ୍ତ୍ରୀ ଗୋଲକବିହାରୀ ଭୋଇ, କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ତରଫରୁ ଲମ୍ବୋଦର ପ୍ରଧାନ, କମ୍ବୁଭୂଷଣ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ