Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାୟଗଡ ବ୍ଲକ କଇଁପୁର ସ୍ଥିତ ମହେନ୍ଦ୍ର ତନେୟା ଆଶ୍ରମ ଉଚ୍ଚ ବିଦ୍ୟାଳୟ ଠାରେ ୭ ମ ଗଜପତି ଜିଲ୍ଲାସ୍ତରୀୟ ଭାରତ ସ୍କାଉଟ ଓ ଗାଇଡ କ୍ୟାମ୍ପୋରୀ ୨୦୨୩-୨୪ ୩ ଦିନିଆ କାର୍ଯ୍ୟକ୍ରମ ଉଦଘାଟିତ

ପାରଳାଖେମୁଣ୍ଡି:୬/୩(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ କଇଁପୁର ସ୍ଥିତ ଗ୍ରାମ-ବିକାଶ ଅଧିନସ୍ଥ ମହେନ୍ଦ୍ର ତନୟା – ଆଶ୍ରମ ଉଚ୍ଚ ବିଦ୍ୟାଳୟ ପରିସର’ରେ ଗଜପତି ଜିଲ୍ଲା ସ୍କାଉଟ୍ ଓ ଗାଇଡ ପକ୍ଷ’ରୁ ୭ମ ଗଜପତି ଜିଲ୍ଲାସ୍ତରୀୟ ସ୍କାଉଟ ଓ ଗାଇଡ କ୍ୟାମ୍ପୋରୀ ୨୦୨୩-୨୪ ତିନି ଦିନିଆ କାର୍ଯ୍ୟକ୍ରମ ଉଦଘାଟିତ ହୋଇ ଯାଇଛି ।ଏହି କାର୍ଯ୍ୟକ୍ରମ’ରେ ମୁଖ୍ୟଅତିଥି ଭାବେ ଗ୍ରାମ-ବିକାଶ ତଥା ବିଦ୍ୟାଳୟ’ର ପ୍ରତିଷ୍ଠାତା ଡ଼ଃ ଜିଓ: ମିଡିଆଥ ଯୋଗ ଦେଇ କ୍ୟାମ୍ପୋରୀ କାର୍ଯ୍ୟକ୍ରମ’କୁ ଉଦଘାଟନ କରିଥିଲେ ।ଏହି କାର୍ଯ୍ୟକ୍ରମ’ରେ ସମ୍ମାନିତ ଅତିଥି ଭାବେ ଗଜପତି ଜିଲ୍ଲା ସ୍କାଉଟ କମିଶନର ଶ୍ରୀ ପ୍ରଫୁଲ୍ଲ କୁମାର ମହାନ୍ତି ଏବଂ ଜିଲ୍ଲା ଗାଇଡ କମିଶନର ଶ୍ରୀମତୀ ମଣିମାଳା ପ୍ରମୁଖ ଉପସ୍ଥିତ ଥିବା ବେଳେ ଅନ୍ୟତମ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଜୟନ୍ତୀ ଶବର ଏବଂ ସମିତିସଭ୍ୟା ଶ୍ରୀମତୀ ମାଧୁରୀ ଶବର ଓ ବିଦ୍ୟାଳୟ’ର ପରିଚାଳନା କମିଟି ସମ୍ପାଦକ ଶ୍ରୀ ନବଘନ ଗୌଡ଼ , ରାୟଗଡ଼ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ’ର ଭାରପ୍ରାପ୍ର ପ୍ରଧାନଶିକ୍ଷକ ଶ୍ରୀ ମନୋଜ ବେହେରା , ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ମ୍ୟୁନିସିପାଲଟି ଉଚ୍ଚ ବିଦ୍ୟାଳୟ’ର ପ୍ରଧାନଶିକ୍ଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଓ କେ:ସିତାପୂର ସ୍ଥିତ ଉଚ୍ଚ ବିଦ୍ୟାଳୟ’ର ପ୍ରଧାନଶିକ୍ଷକ ପ୍ରମୁଖ ଯୋଗ ଦେଇଥିଲେ ।ଜିଲ୍ଲା’ର ଆୟୋଜିତ ଏହି କ୍ୟାମ୍ପୋରୀ କାର୍ଯ୍ୟକ୍ରମ’କୁ ଗଜପତି ଜିଲ୍ଲା ଶିକ୍ଷାଧିକାରୀ’ଙ୍କ କାର୍ଯ୍ୟାଳୟ’ର ଶାରୀରିକ ଶିକ୍ଷା ନିରୀକ୍ଷକ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର ପରିଚାଳନା କରିଥିବା ବେଳେ କଇଁପୁର ସ୍ଥିତ ଏହି ଆଶ୍ରମ ଉଚ୍ଚ ବିଦ୍ୟାଳୟ’ର ପ୍ରଧାନଶିକ୍ଷକ ଶ୍ରୀ ପ୍ରକାଶ ଚନ୍ଦ୍ର ଜେନା କାର୍ଯ୍ୟକ୍ରମ’ର ସଂଯୋଜନା କରିଥିଲେ ।ଏହି ଅନୁଷ୍ଠିତ କ୍ୟାମ୍ପୋରୀ କାର୍ଯ୍ୟକ୍ରମ’ରେ ଗଜପତି ଜିଲ୍ଲା’ର ୭ ଟି ବ୍ଲକ’ର ୪୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ତଥା ସ୍କାଉଟ ଏବଂ ଗାଇଡ ଅଂଶଗ୍ରହଣ କରିଥିଲେ ।ଏହି କ୍ୟାମ୍ପୋରୀ କାର୍ଯ୍ୟକ୍ରମ ଗତ ତା:-୪/୩/୨୦୨୪ ରିଖ୍ ଠାରୁ ଆରମ୍ଭ ହୋଇ ଏହା ୬/୩/୨୦୨୪ ତାରିଖ ପର୍ଯ୍ୟନ୍ତ ଚଲିବ ।ଏହି ୩ ଦିନିଆ କାର୍ଯ୍ୟକ୍ରମ ଅବସର’ରେ ସ୍କାଉଟ ଓ ଗାଇଡ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ମାନ ଯଥା:- ପୁଣ୍ଡ ଭିଲା , ସ୍କିଲୋ ରାମା , ଚିତ୍ରାଙ୍କନ କୁଇଜ , ମାର୍ଚ୍ଚ ପାଷ୍ଟ , ସ୍ବଚ୍ଛତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଭୃତି ଅନୁଷ୍ଠିତ ହେବ ଏବଂ ଉକ୍ତ ପ୍ରତିଯୋଗିତା’ର ଯୋଗ୍ୟ ବିବେଚିତ ସ୍କାଉଟ ଓ ଗାଇଡ ମାନଙ୍କୁ ଆସନ୍ତା ତା:- ୬/୩/୨୦୨୪ ରୀଖ୍ ଦିନ ରାଜ୍ୟ ମୁଖ୍ୟ ସ୍କାଉଟ ଓ ଗାଇଡ’ର କମିଶନର ଶ୍ରୀ କାଳୀ ପ୍ରସାଦ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିବେ ।ଗଜପତି ଜିଲ୍ଲା ସ୍କାଉଟ ଓ ଗାଇଡ’ର ଉକ୍ତ କାର୍ଯ୍ୟକ୍ରମ , ଗ୍ରାମାଞ୍ଚଳ’ର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ ନୈତିକତା ବୃଦ୍ଧି ହେବା ଦିଗରେ ବିଶେଷ ସହାୟକ ହେବ ବୋଲି କଇଁପୁର ଗ୍ରାମ’ର ଆଖପାଖ ଗ୍ରାମର ଅଞ୍ଚଳବାସୀ ମତପ୍ରକାଶ କରିଛନ୍ତି ।କଇଁପୁର ଗ୍ରାମ’ର ଏହି ମହେନ୍ଦ୍ର ତନୟା ଆଶ୍ରମ ଉଚ୍ଚ ବିଦ୍ୟାଳୟ’ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ , କର୍ମଚାରୀ’ଙ୍କ ସହଯୋଗ’ରେ ଏହି ସମସ୍ତ କାର୍ଯ୍ୟକ୍ରମ ଅତ୍ୟନ୍ତ ଶୃଙ୍ଖଳା’ର ସହିତ ପରିଚାଳିତ ହୋଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ