Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଦୁର୍ଗମ କଟୋଡ଼ି ଗାଁରେ ପୁଲିସ ଜନସମ୍ପର୍କ ଶିବିର : ଲୋକଙ୍କ ସେବାରେ ପୁଲିସ ସର୍ବଦା ତତ୍ପର

କଳାହାଣ୍ଡି,୦୬/୦୩-ଜନସାଧାରଣଙ୍କ ଧନ, ଜୀବନର ସୁରକ୍ଷା ପାଇଁ ପୁଲିସ ବାହିନୀ ନିୟୋଜିତ ଥିବାବେଳେ ପୁଲିସ ପ୍ରତି କୌଣସି ଭୟ ନରଖି ଲୋକେ ନିଜର ସମସ୍ୟା ଜଣାଇପାରିବେ। ମୋ ସରକାର, ଫାଇଭ ଟି ଅନ୍ତର୍ଗତ ପୁଲିସ ବିଭାଗ ଲୋକଙ୍କ ସେବାରେ ସର୍ବଦା ତତ୍ପର ରହିଛି। ସେହିପରି କେବଳ ନିଜର ସମସ୍ୟା ନୁହେଁ, ପ୍ରତ୍ୟେକ ବ୍ୟକ୍ତିବିଶେଷ ଜଣେ ଜଣେ ଦାୟିତ୍ୱବାନ ନାଗରିକ ଭାବେ ନିଜ ଆଖପାଖରେ ଘଟୁଥିବା ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ, ସନ୍ଦିଗ୍ଧ ଗତିବିଧି ସମ୍ପର୍କରେ ପୁଲିସକୁ ସୂଚନା ଦେବା ସହିତ ଅପରାଧମୁକ୍ତ ସମାଜ ଗଠନରେ ସହାୟକ ହେବା ଆଜି ସମୟର ଆହ୍ୱାନ ବୋଲି କଳାହାଣ୍ଡି ପୁଲିସ ପକ୍ଷରୁ ଲାଞ୍ଜିଗଡ ବ୍ଲକ ଭୁର୍ଟିଗଡ଼ ଗ୍ରାମ ପଞ୍ଚାୟତ ଦୁର୍ଗମ କଟୋଡ଼ିଠାରେ ଆୟୋଜିତ ପୁଲିସ ଜନ ସମ୍ପର୍କ ଶିବିରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। କଳାହାଣ୍ଡି ଏସପି ଅଭିଳାଷ ଜୀଙ୍କ ନିର୍ଦ୍ଦେଶରେ ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟଅତିଥି ଭାବେ କେସିଙ୍ଗା ଉପଖଣ୍ଡ ପୁଲିସ ଅଧିକାରୀ ବିନୋଦ ପାଟିଲ, ପୁଲିସ ଅଧିକାରୀ ଶ୍ରୀକାନ୍ତ ବେହେରା, ରିଜର୍ଭ ଇନ୍ସପେକ୍ଟର ସୁରେଶ କୁମାର, ନର୍ଲା ଥାନାଧିକାରୀ ମମତା ପାଣିଗ୍ରାହୀ, ସିକେରକୁପା ଫାଣ୍ଡି ଅଧିକାରୀ ମୀନାରାଓ ଶବର ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ପୁରୁଷ, ମହିଳା ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ହାବିଲଦାର ଯତୀନ୍ଦ୍ର ପ୍ରଧାନ, କୁମାର ଦ୍ରୋଣ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଗୋକୁଳ ସାହୁ, ତୀର୍ଥ ମାଝୀ, ବଳରାମ, ବୈଷ୍ଣବ ପ୍ରମୁଖ ସହଯୋଗ କରିଥିଲେ।