Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସ୍କୁଲକୁ ବୋମା ଧମକ; ଚାଲିଛି ସର୍ଚ୍ଚ ଅପରେସନ

ନୂଆଦିଲ୍ଲୀ: ଦିଲ୍ଲୀର ଇଣ୍ଡିଆନ ସ୍କୁଲକୁ ବୋମାରେ ଉଡେଇଦେବା ନେଇ ଧମକ ମିଳିଛି। ଏହି ଧମକ ଏକ ଇମେଲ ମାଧ୍ୟମରେ ଦିଆଯାଇଛି। ଇମେଲ ମିଳିବା ପରଠାରୁ ଏହାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ବିଦ୍ୟାଳୟ ପ୍ରଶାସନ ଏ ସମ୍ପର୍କରେ ପୋଲିସକୁ ପ୍ରଥମେ ସୂଚନା ଦେଇଥିଲେ। ବର୍ତ୍ତମାନ ସ୍ବାଟ୍‌ ସହାୟତାରେ ବୋମାର ଯାଞ୍ଚ ଚାଲିଛି। ବିଦ୍ୟାଳୟରେ ସର୍ଚ୍ଚ ଅପରେସନ ଚାଲିଛି, ତଥାପି ଏପର୍ଯ୍ୟନ୍ତ କୌଣସି ସନ୍ଦେହଜନ ପ୍ରମାଣ ମିଳି ନଥିବା ସୂଚନା ମିଳିଛି।

ଦୁଇ ରାଉଣ୍ଡ ସର୍ଚ୍ଚ ଅପରେସନ ଶେଷ ହେବା ପରେ ତୃତୀୟ ରାଉଣ୍ଡ ଚାଲିଛି। ଏହି ମେଲ କେଉଁଠୁ ଆସିଛି ତାହାର ତଦନ୍ତ ଚାଲିଛି।

ପୋଲିସର ସୂଚନାନୁସାରେ, ସାଦିକ ନାଗରରେ ଥିବା ଇଣ୍ଡିଆନ୍ ପବ୍ଲିକ୍ ସ୍କୁଲକୁ ସକାଳ ୧୦.୪୯ ରେ ଏକ ଇମେଲ୍ ଆସିଥିଲା ଯେ ସ୍କୁଲ ପରିସରରେ ଏକ ବୋମା ଖଞ୍ଜାଯାଇଛି ଏବଂ କିଛି ସମୟ ପରେ ଏହା ବିସ୍ଫୋରଣ ହେବ। ସତର୍କତାମୂଳକ ଭାବେ ବିଦ୍ୟାଳୟକୁ ଖାଲି କରାଯାଇଥିଲା। ବିଦ୍ୟାଳୟ ବାହାରେ ଥିବା ଭିଡିଓରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀଙ୍କ ପିତାମାତା ଫାଟକ ନିକଟରେ ଏକାଠି ହୋଇଥିବା ଦେଖିବାକୁ ମିଳିଥିଲା।