Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋହନା ଗ୍ରାମ ପଞ୍ଚାୟତ କୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା କରିବା ଦାବିରେ ଶୋଭାଯାତ୍ରା ଓ ଦାବୀ ପତ୍ର ପ୍ରଦାନ ପାରଳାଖେମୁଣ୍ଡି:୭/୩(ଗରୁଡ ଧ୍ଵଜ ଚୌଧୂରୀ)ଗଜପତି ଜିଲ୍ଲା ମୋହନା ବ୍ଲକର ସଦର ମହକୁମା ମୋହନାକୁ ଏନଏସି (ବିଜ୍ଞାପିତ ଅଞ୍ଚଳ ପରିଷଦ)ମାନ୍ୟତା ଦାବି ଏବେ ଯୋର ଧରିଛି । ଆଜି ମୋହନା ଉନ୍ନୟନ ପରିଷଦ ଏବଂ ଏମ କେ ସି ଜି ଯୁବକ ସଂଘ, ନୀଳକଣ୍ଠେଶ୍ଵର ବଣିକ ସଂଘ, ଓକିଲ ସଂଘ ଓ ମହିଳା ସଂଘ, ସାମ୍ବାଦିକ ସଂଘ,ସମେତ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ଓ ସ୍ଥାନୀୟ ଜନସାଧାରଣ ହାଇସ୍କୁଲ ଛକ ଠାରୁ ଏକ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ମୋହନାକୁ ଏନଏସି(ବିଜ୍ଞାପିତ ଅଞ୍ଚଳ ପରିଷଦ)ମାନ୍ୟତା ଦାବି କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ଙ୍କ ଅନୁପସ୍ଥିତିରେ ଦାୟିତ୍ଵରେ ଥିବା ଅଧିକାରୀ ବେଣୁଧର ଚଣ୍ଡ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ମୋହନା ର ପ୍ରତି ଛକ ରେ ପଥପ୍ରାନ୍ତ ସଭା କରି ବୁଦ୍ଧିଜିବୀ ମାନେ ଉଦବୋଧନ ଦେଇଥିଲେ କି ଦକ୍ଷିଣ ଓଡିଶା ପ୍ରତି ରାଜ୍ଯ ସରକାର ଙ୍କ ସବୁବେଳେ ସବୁ କ୍ଷେତ୍ରରେ ଅବହେଳା ଅଣଦେଖା ରହୁଛି, ଗଜପତି ଜିଲ୍ଲା ଶାନ୍ତିପ୍ରିୟ ଜିଲ୍ଲା ହୋଇଥିବା ବେଳେ ଜିଲ୍ଲା କୁ ପ୍ରତି କାର୍ଯ୍ୟ ରେ ଅବହେଳା କରାଯାଉଛି, ରାଜ୍ଯ ଯାହା ଅନୁମୋଦନ ଦେଉଛି ତାହା ଗଜପତି ଜିଲ୍ଲା ପହଁଞ୍ଚିବା ବହୁ ବିଳମ୍ବ ହେଉଛି, ରାଜ୍ଯ ସରକାର ୩୫ ଗୋଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷାଣ କଲେ ମୋହନା କୁ କିପରି ଭୁଲିଗଲେ ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଅଞ୍ଚଳ ବାସୀ। ରାଜ୍ଯ ର ଅଧିକାଂଶ ମନ୍ତ୍ରୀ ଏହି ମୋହନା ରାସ୍ତା ଦେଇ ଯିବା ଆସିବା କରନ୍ତି ସେହି ମନ୍ତ୍ରୀ ମାନେ ସ୍ଵତନ୍ତ୍ର ଦୃଷ୍ଟି ଦେବା କଥା ବୋଲି ପ୍ରଶ୍ନ କରିଛନ୍ତି ଆନ୍ଦୋଳନ କାରି l ମୋହନାକୁ ଏନଏସି ମାନ୍ୟତା ପାଇଁ ମୋହନା ବାସି ବହୁବାର ଦାବି କରି ଆସୁଥିଲେ ସୁଦ୍ଧା ଦାବି ପୂରଣ ହୋଇନାହିଁ । ଯଦି ସରକାର ଆଗାମୀ ୧୦ ତାରିଖ ମଧ୍ୟରେ ଦାବି ପୂରଣ ନ କରନ୍ତି ତେବେ ଆଗାମୀ ଦିନରେ ବଡ ଧରଣର ଆନ୍ଦୋଳନ ହେବା ସହ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ମୋହନା ବାସୀ ।

ପାରଳାଖେମୁଣ୍ଡି:୭/୩(ଗରୁଡ ଧ୍ଵଜ ଚୌଧୂରୀ)ଗଜପତି ଜିଲ୍ଲା ମୋହନା ବ୍ଲକର ସଦର ମହକୁମା ମୋହନାକୁ ଏନଏସି (ବିଜ୍ଞାପିତ ଅଞ୍ଚଳ ପରିଷଦ)ମାନ୍ୟତା ଦାବି ଏବେ ଯୋର ଧରିଛି । ଆଜି ମୋହନା ଉନ୍ନୟନ ପରିଷଦ ଏବଂ ଏମ କେ ସି ଜି ଯୁବକ ସଂଘ, ନୀଳକଣ୍ଠେଶ୍ଵର ବଣିକ ସଂଘ, ଓକିଲ ସଂଘ ଓ ମହିଳା ସଂଘ, ସାମ୍ବାଦିକ ସଂଘ,ସମେତ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ଓ ସ୍ଥାନୀୟ ଜନସାଧାରଣ ହାଇସ୍କୁଲ ଛକ ଠାରୁ ଏକ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ମୋହନାକୁ ଏନଏସି(ବିଜ୍ଞାପିତ ଅଞ୍ଚଳ ପରିଷଦ)
ମାନ୍ୟତା ଦାବି କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ଙ୍କ ଅନୁପସ୍ଥିତିରେ ଦାୟିତ୍ଵରେ ଥିବା ଅଧିକାରୀ ବେଣୁଧର ଚଣ୍ଡ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ମୋହନା ର ପ୍ରତି ଛକ ରେ ପଥପ୍ରାନ୍ତ ସଭା କରି ବୁଦ୍ଧିଜିବୀ ମାନେ ଉଦବୋଧନ ଦେଇଥିଲେ କି ଦକ୍ଷିଣ ଓଡିଶା ପ୍ରତି ରାଜ୍ଯ ସରକାର ଙ୍କ ସବୁବେଳେ ସବୁ କ୍ଷେତ୍ରରେ ଅବହେଳା ଅଣଦେଖା ରହୁଛି, ଗଜପତି ଜିଲ୍ଲା ଶାନ୍ତିପ୍ରିୟ ଜିଲ୍ଲା ହୋଇଥିବା ବେଳେ ଜିଲ୍ଲା କୁ ପ୍ରତି କାର୍ଯ୍ୟ ରେ ଅବହେଳା କରାଯାଉଛି, ରାଜ୍ଯ ଯାହା ଅନୁମୋଦନ ଦେଉଛି ତାହା ଗଜପତି ଜିଲ୍ଲା ପହଁଞ୍ଚିବା ବହୁ ବିଳମ୍ବ ହେଉଛି, ରାଜ୍ଯ ସରକାର ୩୫ ଗୋଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷାଣ କଲେ ମୋହନା କୁ କିପରି ଭୁଲିଗଲେ ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଅଞ୍ଚଳ ବାସୀ। ରାଜ୍ଯ ର ଅଧିକାଂଶ ମନ୍ତ୍ରୀ ଏହି ମୋହନା ରାସ୍ତା ଦେଇ ଯିବା ଆସିବା କରନ୍ତି ସେହି ମନ୍ତ୍ରୀ ମାନେ ସ୍ଵତନ୍ତ୍ର ଦୃଷ୍ଟି ଦେବା କଥା ବୋଲି ପ୍ରଶ୍ନ କରିଛନ୍ତି ଆନ୍ଦୋଳନ କାରି l ମୋହନାକୁ ଏନଏସି ମାନ୍ୟତା ପାଇଁ ମୋହନା ବାସି ବହୁବାର ଦାବି କରି ଆସୁଥିଲେ ସୁଦ୍ଧା ଦାବି ପୂରଣ ହୋଇନାହିଁ । ଯଦି ସରକାର ଆଗାମୀ ୧୦ ତାରିଖ ମଧ୍ୟରେ ଦାବି ପୂରଣ ନ କରନ୍ତି ତେବେ ଆଗାମୀ ଦିନରେ ବଡ ଧରଣର ଆନ୍ଦୋଳନ ହେବା ସହ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ମୋହନା ବାସୀ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ