Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦେଶର ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜାଣନ୍ତୁ ସବୁଠୁ ଧନୀ ଏବଂ ଗରିବ ମୁଖ୍ୟମନ୍ତ୍ରୀ କିଏ ?

ଭୁବନେଶ୍ଵର: ଦେଶର ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ ପଟ୍ଟନାୟକ। ତାଲିକାରେ ପ୍ରଥମରେ ଅଛନ୍ତି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ। ଏଡିଆର ରିପୋର୍ଟରୁ ଏହା ଜଣା ପଡିଛି। ଦେଶର ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ ହେଉଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

ଏଡିଆର ରିପୋର୍ଟ ଅନୁଯାୟୀ, ଜଗନ ମୋହନ ରେଡ୍ଡୀଙ୍କ ମୋଟ୍ ସଂପତ୍ତିର ମୂଲ୍ୟ ୫୧୦ କୋଟି। ଦ୍ଵିତୀୟରେ ଅଛନ୍ତି ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ। ତାଙ୍କ ନାମରେ ୧୬୩ କୋଟି ଟଙ୍କାର ସଂପତ୍ତି ରହିଛି। ତୃତୀୟରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଂପତ୍ତିର ମୂଲ୍ୟ ହେଉଛି ୬୩ କୋଟି ୬୪ ଲକ୍ଷ ୧୫ ହଜାର ୨୬୧ ଟଙ୍କା।

ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ ଥିବା ମମତା ବାନାର୍ଜୀଙ୍କ ମୋଟ୍ ୧୫ ଲକ୍ଷ ଟଙ୍କାର ସଂପତ୍ତି ରହିଛି। ଏଡିଆର ଏବଂ ଇଲେକ୍ସନ ଓ୍ଵାଚ୍(ନ୍ୟୁ) ଅନୁଯାୟୀ, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ସମସ୍ତ ୩୦ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ପ୍ରଦତ୍ତ ସତ୍ୟପାଠର ବିଶ୍ଳେଷଣ କରିବା ପରେ ଏହାର ତଥ୍ୟ ସାମ୍ନାକୁ ଆସିଛି।

୩୦ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ୨୯ ଜଣ ମୁଖ୍ୟମନ୍ତ୍ରୀ ହେଉଛନ୍ତି କୋଟିପତି। ପ୍ରତ୍ୟେକ ମୁଖ୍ୟମନ୍ତ୍ରୀଙ୍କ ହାରାହାରି ସଂପତ୍ତି ହେଉଛି ୩୩.୯୬ କୋଟି। ଏଡିଆର ରିପୋର୍ଟ ଅନୁସାରେ, ୧୩ ମୁଖ୍ୟମନ୍ତ୍ରୀଙ୍କ ନାମରେ ଗମ୍ଭୀର ଅପରାଧିକ ମାମଲା ରହିଛି। ଏଥିରେ ହତ୍ୟା, ହତ୍ୟା ଉଦ୍ୟମ, ଅପହରଣ ଏବଂ ଅପରାଧିକ କାର୍ଯ୍ୟକଳାପ ଆଦି ସାମିଲ୍। ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେସିଆରଙ୍କ ନାଁରେ ସର୍ବାଧିକ ମାମଲା ଥିବା ବେଳେ ନବୀନ ପଟ୍ଟନାୟକଙ୍କ ନାଁରେ ଗୋଟିଏ ବି ଅପରାଧିକ କେସ୍ ନାହିଁ ।

ଦେଶର ତିନି ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ ହେଉଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ(୧୫ ଲକ୍ଷ), କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ( ଏକ କୋଟିରୁ ଉର୍ଦ୍ଧ୍ଵ) ଏବଂ ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର(ଏକ କୋଟିରୁ ଉର୍ଦ୍ଧ୍ଵ)। ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ଦିଲ୍ଲୀର ମୁଖୀମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ପ୍ରତ୍ୟେକଙ୍କ ୩ କୋଟିରୁ ଉର୍ଦ୍ଧ୍ଵ ସଂପତ୍ତି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ