Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋଦୀ ସାଙ୍ଗିଆ: ଥମିବାର ନାଁ ଧରୁନି ରାହୁଲ ଗାନ୍ଧୀଙ୍କ ମୁସ୍କିଲ, ଏବେ ପାଟନା ଅଦାଲତ ପଠାଇଲେ ସମନ

ପାଟନା: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମୁସ୍କିଲ ଥମିବାର ନାଁ ଧରୁନି। ସୁରଟ ଅଦାଲତ ଦ୍ଵାରା ଦଣ୍ଡିତ ହେବା ପରେ ଏବେ ବିହାରର ରାଜଧାନୀ ପାଟନାର ଏକ ଅଦାଲତ ଏପ୍ରିଲ ୨୫ରେ ହାଜର ହେବାକୁ ନୋଟିସ୍ ଜାରି କରିଛି। ମୋଦୀ ସାଙ୍ଗିଆକୁ ନେଇ ଦେଇଥିବା ଅପମାନଜନକ ଟିପ୍ପଣୀ ଉପରେ ରାହୁଲଙ୍କୁ ଏହି ସମନ ଜାରି କରାଯାଇଛି। ବିଜେପିର ରାଜ୍ୟସଭା ସଦସ୍ୟ ତଥା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀଙ୍କ ପକ୍ଷରୁ ଏହି ଯାଚିକା ଦାଖଲ କରାଯାଇଥିଲା।

ସ୍ଵତନ୍ତ୍ର ଜୁଡିସିଆଲ ମାଜିଷ୍ଟ୍ରେଟ୍ ଆଦି ଦେବଙ୍କ ଏମପି ଏମଏଲଏ କୋର୍ଟ ଗତ ମାସ ୧୮ ତାରିଖରେ ରାହୁଲ ନୋଟିସ୍ ଜାରି କରିଥିଲେ ଏବଂ ଏପ୍ରିଲ ୧୨ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଆଜି ହୋଇଥିବା ଶୁଣାଣିରେ ରାହୁଲଙ୍କ ଓକିଲ ଅନ୍ୟ ଏକ ତାରିଖ ଦେବାକୁ ଦାବି କରିଥିଲେ। ତାଙ୍କ କହିବା କଥା ପୂରା ନ୍ୟାୟିକ ଟିମ୍ ବର୍ତ୍ତମାନ ସୁଟରରେ ବ୍ୟସ୍ତ ଅଛନ୍ତି। ସୁରଟର ଅଦାଲତ ରାହୁଲ ଗାନ୍ଧୀଙ୍କୁ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ କରିବା ସହ ଦୁଇ ବର୍ଷର ଜେଲଦଣ୍ଡାଦେଶ ଶୁଣାଇଥିଲେ। ପ୍ରତିପକ୍ଷଙ୍କ ଦଲିଲ ଶୁଣିବା ପରେ ପାଟନା ଅଦାଲତ ଏପ୍ରିଲ ୨୫ରେ ରାହୁଲ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଓକିଲଙ୍କୁ କହିଛନ୍ତି।

ଅଭିଯୋଜନ ପକ୍ଷର ଓକିଲ ପ୍ରିୟା ଗୁପ୍ତା କହିଛନ୍ତି, ଅଭିଯୋଗକାରୀ ପକ୍ଷଙ୍କ ବୟାନ କୋର୍ଟରେ ରେକର୍ଡ କରାଯାଇଛି ଏବଂ ସମସ୍ତ ପ୍ରମାଣ ଉପସ୍ଥାପନ କରାଯାଇଛି। ଏବେ କେବଳ ରାହୁଲ ଗାନ୍ଧୀଙ୍କ ବୟାନ ରେକର୍ଡ କରାଯିବ। ନିକଟରେ ସୁଜ କୋର୍ଟଙ୍କ ଦ୍ଵାରା ଦୋଷୀ ସାବ୍ୟସ୍ତ ହେବା ଏବଂ ଦୁଇ ବର୍ଷର ଦଣ୍ଡାଦେଶ ପରେ ରାହୁଲ ଲୋକସଭାର ସଦସ୍ୟତା ହରାଇଛନ୍ତି।