Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶାଖାପାଟଣା-ଭବାନୀପାଟଣା ସ୍ପେଶାଲ ପାସେଞ୍ଜର ଲାଇନଚ୍ୟୁତ

କଳାହାଣ୍ଡି,୧୦/୦୩-ଭାରତୀୟ ରେଳ ବିଭାଗକୁ ସତେ ଯେମିତି ବିପଦ ପିଛା ଛାଡ଼ୁନାହିଁ। ନିଜର କାର୍ଯ୍ୟକାଳ ମଧ୍ୟରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିବାଦୀୟ ହୋଇ ପଡ଼ିଛନ୍ତି। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ଦଶରୁ ଅଧିକ ରେଳ ଦୁର୍ଘଟଣା ଘଟି ଧନଜୀବନ ହାନି ହୋଇଥିବାବେଳେ ସେ ପ୍ରତିନିଧିତ୍ବ କରୁଥିବା ରାଜ୍ୟ ଓଡିଶାର ବିଭିନ୍ନ ସ୍ଥାନରେ ରେଳ ଦୁର୍ଘଟଣା ସଂଖ୍ୟା ହ୍ରାସ ପାଇବାର ନାଁ ଧରୁନି। ଏହିପରି ଭାବେ ଶ୍ରୀ ବୈଷ୍ଣବ ଦ୍ଵିତୀୟ ଥର ନିର୍ବାଚିତ ହେବାର ସପ୍ତାହେ ନପୂରୁଣୁ ଆଜି ବିଶାଖାପାଟଣାରୁ ଭବାନୀପାଟଣା ଆସୁଥିବା ସ୍ୱତନ୍ତ୍ର ପାସେଞ୍ଜର ଟ୍ରେନ କୋଟାବାଲସା ଜଙ୍କସନ ନିକଟରେ ଲାଇନଚ୍ୟୁତ ହୋଇଛି। ସେହିପରି ଏହି ଟ୍ରେନର ଗୋଟିଏ ବଗିରେ ନିଆଁ ଲାଗିଥିବା ସୂଚନା ମିଳିଛି। ଆନ୍ଧ୍ରପ୍ରଦେଶରୁ କଳାହାଣ୍ଡିକୁ ସିଧାସଳଖ ଯୋଡ଼ୁଥିବା ଏହି ଟ୍ରେନ ଲାଇନଚ୍ୟୁତ ହେବା ସହିତ ନିଆଁ ଲାଗିବା ଘଟଣାକୁ ନେଇ କଳାହାଣ୍ଡିରେ ହଇଚଇ ସୃଷ୍ଟି ହୋଇଛି। ତେବେ ରେଳ ବିଭାଗ ତରଫରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏନେଇ କିଛି ସ୍ପଷ୍ଟ କରାଯାଇନଥିବାବେଳେ କ୍ଷୟକ୍ଷତି ସମ୍ପର୍କରେ ମଧ୍ୟ ସ୍ପଷ୍ଟ ସୂଚନା ମିଳିପାରିନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ