Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିସ୍ଥାପନ ନୀତି ବିରୋଧରେ ତାତିଲେ କୋଟଦ୍ୱାର, ବନ୍ଧଗୁଡ଼ା ଗ୍ରାମବାସୀ : ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିବା ପାଇଁ ବିକ୍ଷୋଭ ପଦଯାତ୍ରା

କଳାହାଣ୍ଡି,୧୧/୦୩-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡସ୍ଥିତ ବେଦାନ୍ତ ଲିମିଟେଡ଼ର ବିସ୍ଥାପନ ନୀତି ବିରୁଦ୍ଧରେ ବିଷୋଦଗାର କରିଛନ୍ତି କୋଟଦ୍ୱାର ଓ ବନ୍ଧଗୁଡା ଗ୍ରାମବାସୀ। ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ରାଶି ପ୍ରଦାନ ନକରି କମ୍ପାନୀ ପକ୍ଷରୁ କୋଟଦ୍ୱାର ଓ ବନ୍ଧଗୁଡାରେ ନିର୍ମାଣ କାର୍ଯ୍ୟ କରାଯାଉଥିବା ନେଇ ଅଭିଯୋଗ କରି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଶତାଧିକ ମହିଳା ଓ ପୁରୁଷ ଭବାନୀପାଟଣାସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରାରେ ବାହାରିଛନ୍ତି। ଆଜି ସକାଳୁ କୋଟଦ୍ୱାର ଓ ବନ୍ଧଗୁଡାର ଶତାଧିକ ଲୋକେ ଏହି ପଦଯାତ୍ରାରେ ସାମିଲ ହେବା ସହିତ ଉପଯୁକ୍ତ କ୍ଷତିପୂରଣ ଓ ସ୍ଥାୟୀ ନିଯୁକ୍ତି ନେଇ ନାରାବାଜି କରିଥିଲେ। ଏହି ପଦଯାତ୍ରୀ ଦଳ କୋଟଦ୍ୱାର, ବନ୍ଧଗୁଡାରୁ ବାହାରି ଲାଞ୍ଜିଗଡ, ବିଶ୍ୱନାଥପୁର, ପୋଖରୀବନ୍ଧ, ସିକେରକୁପା, ଶାନ୍ତପୁର ଦେଇ ଛତିକୁଡାରେ ରାତ୍ରରହଣୀ କରିଛନ୍ତି। ଆସନ୍ତାକାଲି ସେମାନେ ଦେପୁର, ଉଦେପୁର, ମେଦିନୀପୁର ଦେଇ ଭବାନୀପାଟଣା ପହଞ୍ଚିବା ସହିତ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଜଣାପଡିଛି। ତେବେ ଏନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories