Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନର୍ଲାରୁ ଭୁବନେଶ୍ୱର ଆରମ୍ଭ ହେଲା ଏସି ବସସେବା

କଳାହାଣ୍ଡି,୧୧/୦୩-ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ହୋଇଛି। ଆଜିଠୁ କଳାହାଣ୍ଡି ଜିଲ୍ଲା ନର୍ଲାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଆରମ୍ଭ ହୋଇଛି ଏସି ବସସେବା। ନର୍ଲାରୁ ମାଣ୍ଡେଲ, ରୁପ୍ରାରୋଡ଼, ରୁପ୍ରା, ପଲମ, ଜୋରାଡୋବ୍ରା ବଲାଙ୍ଗୀର ଦେଇ ଏହି ବସ ଭୁବନେଶ୍ୱର ଅଭିମୁଖେ ବାହାରିବ। ଆଜି ଏହି ବସସେବାର ଶୁଭାରମ୍ଭ ହୋଇଥିବାବେଳେ ନର୍ଲା ବିଧାୟକ ଭୂପିନ୍ଦର ସିଂହ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି। ସେହିପରି ନର୍ଲାରେ ନବନିର୍ମିତ ଇନଡୋର ଷ୍ଟାଡିୟମକୁ ମଧ୍ୟ ସେ ଉଦଘାଟନ କରିଥିଲେ। ଏହି ଅବସରରେ ସରକାରୀ ଅଧିକାରୀଙ୍କ ସମେତ ଦଳୀୟ ନେତୃବୃନ୍ଦ ମଧ୍ୟ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories