Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲାଞ୍ଜିଗଡରେ ଜେଏମଏଫସି କୋର୍ଟ ସ୍ଥାପନ ପାଇଁ ଜିଲ୍ଲାଜଜଙ୍କୁ ଭେଟିଲେ ଅଞ୍ଚଳବାସୀ

କଳାହାଣ୍ଡି,୧୧/୦୩-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡଠାରେ ଜେଏମଏଫସି କୋର୍ଟ ସ୍ଥାପନ ପାଇଁ ଦୀର୍ଘ ଦିନ ହେଲା ଦାବି ହୋଇ ଆସୁଥିବାବେଳେ ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି। ଏହାସତ୍ୱେ ଲାଞ୍ଜିଗଡଠାରେ କୋର୍ଟ ସ୍ଥାପନକୁ ନେଇ ଆଜି ପର୍ଯ୍ୟନ୍ତ ଅଚଳାବସ୍ଥା ଲାଗିରହିଛି। ଏହାକୁ ଦୂର କରିବା ସହିତ ଲାଞ୍ଜିଗଡଠାରେ ପ୍ରସ୍ତାବିତ କୋର୍ଟ କାର୍ଯ୍ୟକାରି କରିବାକୁ ଆଜି ଲାଞ୍ଜିଗଡ ଅଞ୍ଚଳବାସୀ ଭବାନୀପାଟଣାରେ ଜିଲ୍ଲାଜଜଙ୍କୁ ସାକ୍ଷାତ କରି କୋର୍ଟ ସ୍ଥାପନରେ ଥିବା ବାଧା ଦୂର କରିବାକୁ ଅନୁରୋଧ କରିଥିଲେ। ପୂର୍ବତନ ସରପଞ୍ଚ ଚନ୍ଦ୍ରଧ୍ୱଜ ପେସନିଆ, ବରିଷ୍ଠ ନାଗରିକ ଅଶୋକ ପଟ୍ଟନାୟକ, ପରମାନନ୍ଦ ନାଏକ ପ୍ରମୁଖଙ୍କୁ ନେଇ ଗଠିତ ପ୍ରତିନିଧି ଦଳ ଜିଲ୍ଲାଜଜଙ୍କୁ ସାକ୍ଷାତ କରି ଅଞ୍ଚଳବାସୀଙ୍କ ସମସ୍ୟା ସମ୍ପର୍କରେ ହୃଦୟଙ୍ଗମ କରାଇଥିଲେ। ଏହାସହିତ ଏହି ପ୍ରତିନିଧି ଦଳ କଳାହାଣ୍ଡି ବାର ଏସୋସିଏସନର କର୍ମକର୍ତ୍ତାଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ।