Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କର୍ଣ୍ଣାଟକ ବିଜେପିରେ ଦଳୀୟ କନ୍ଦଳ ଆରମ୍ଭ, ପାର୍ଟିରୁ ଇସ୍ତଫା ଦେଲେ ଅନେକ ନେତା

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଜେପି ୧୮୯ ଜଣିଆ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଜାରି କରିଛି। ଏଥିରେ ଅନେକ ନୂତନ ଚେହେରାଙ୍କୁ ସୁଯୋଗ ଦିଆଯାଇଥିବା ବେଳେ ୧୧ ଥର ସିଟିଂ ବିଧାୟକଙ୍କ ଟିକେଟ୍ କଟିଛି। ତେବେ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା ପରେ ବିଜେପିରେ ଦଳୀୟ କନ୍ଦଳ ଆରମ୍ଭ ହୋଇ ଯାଇଛି। ଯାହା ପାର୍ଟିର ମୁସ୍କିଲ ବଢାଇପାରେ।
ତାଲିକାରେ ଏସ ଈଶ୍ଵରପ୍ପାଙ୍କ ନାମ ସାମିଲ୍, ଯିଏ ତାଲିକା ଜାରି ହେବା ପୂର୍ବରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ନିର୍ବାଚନ ଲଢିବେ ନାହିଁ ବୋଲି ସ୍ପଷ୍ଟ କରି ଦେଇଛନ୍ତି। ବର୍ତ୍ତମାନ ତ ଈଶ୍ଵରପ୍ପା ବିଜେପି ପ୍ରତି କୌଣସି ଅସନ୍ତୋଷ ବ୍ୟକ୍ତ କରି ନାହାନ୍ତି ମାତ୍ର ରାଜନୈତିକ ମହଲରେ ଅନେକ ଚର୍ଚ୍ଚା ଲାଗି ରହିଛି। ଈଶ୍ଵରପ୍ପା ସନ୍ନ୍ୟାସ ନେବାର ପ୍ରଭାବ ଏବେ ପାର୍ଟି ଭିତରେ ଅନୁଭୂତ ହେଲାଣି। ଅନେକ ପାର୍ଟି ନେତା ବିଜେପିରୁ ଇସ୍ତଫା ଦେଲେଣି।

ଶିବମୋଗାର ଜିଲ୍ଲା ଅଧ୍ୟକ୍ଷ ଈଶ୍ଵରପ୍ପାଙ୍କ ସମର୍ଥନରେ ଶିବମୋଗାରେ ଇସ୍ତଫା ପର୍ବ ଆରମ୍ଭ ହୋଇ ଯାଇଛି। ୧୯ ନଗର ନିଗମର ସଦସ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ମେୟର ଏବଂ ଡେପୁଟୀ ମେୟର ନିଜ ପଦ ଛାଡି ଦେଇଛନ୍ତି। ଆହୁରି ଅନେକ ନେତା ଇସ୍ତଫା ଦେବାର ସମ୍ଭାବନା ରହିଛି। ଅର୍ଥାତ ଜଣେ ନେତାଙ୍କ କାରଣରୁ ପାର୍ଟିକୁ ନିର୍ବାଚନରେ ବଡ କ୍ଷତିର ସାମ୍ନା କରିବାକୁ ପଡିପାରେ।

ନେତାମାନଙ୍କର ଏମିତି ଇସ୍ତଫା ଦେବା କର୍ଣ୍ଣାଟକ ବିଜେପି ପାଇଁ ବଡ ସମସ୍ୟା ସୃଷ୍ଟି କରିପାରେ। ଏମିତିରେ ଈଶ୍ଵରପ୍ପାଙ୍କ କାରଣରୁ ବିଜେପିକୁ ରାଜ୍ୟରେ ରାଜନୈତିକ କ୍ଷତି ସହିବାକୁ ପଡିଛି। କାରଣ ଈଶ୍ଵରପ୍ପାଙ୍କ ଉପରେ ଦୁର୍ନୀତିର ଅଭିଯୋଗ ଲାଗିଥିଲା। ଏଥିପାଇଁ ତାଙ୍କୁ ମନ୍ତ୍ରୀ ପଦ ହରାଇବାକୁ ପଡିଥିଲା। କିନ୍ତୁ ତଦନ୍ତ ପରେ ତାଙ୍କୁ କ୍ଲିନଚିଟ୍ ମିଳିଥିଲା। ହେଲେ ବିଜେପିରେ ତାଙ୍କ ସ୍ଥିତି ପୂର୍ବାପେକ୍ଷା ଦୁର୍ବଳ ହୋଇଛି। କିନ୍ତୁ ତାଙ୍କର ଅନେକ ସମର୍ଥକ ଅଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ