Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋହନା ନିର୍ବାଚନ ମଣ୍ଡଳୀ ର ଗାଁ ଗାଁ ରେ କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ ଙ୍କ କଂଗ୍ରେସ ଆସୁଛି ବେନର

ପାରଳାଖେମୁଣ୍ଡି:୧୩/୩(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀରେ ଗତ କିଛି ଦିନ ଧରି ସ୍ଥାନୀୟ ବିଧାୟକ ଦାଶରଥି ଗମାଙ୍ଗ ଙ୍କ ପୋଷ୍ଟର ଦେଖିବାକୁ ମିଳୁଛି। ଆଗାମୀ ସାଧାରଣ ନିର୍ବାଚନ ରେ କଂଗ୍ରେସ ଆସୁଛି ବୋଲି। ମୋହନା ବିଧାୟକ ତଥା ଗଜପତି ଜିଲ୍ଲା କଂଗ୍ରେସ ସଭାପତି ଦାଶରଥି ଗମାଙ୍ଗ ଆଗାମୀ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳ ତରଫରୁ ପ୍ରାର୍ଥୀ ହେଉଥିବା ନିଶ୍ଚିତ ଜାଣି ମୋହନା ନିର୍ବାଚନ ମଣ୍ଡଳୀରେ ଆଗଭଳି ପ୍ରତି ଗାଁ ବୁଲି ଲୋକଙ୍କ ସହ ସମ୍ପର୍କ ରଖୁଥିବା ଦେଖିବାକୁ ମିଳୁଛି। ଯଦି ରାଜ୍ୟରେ ବିଜେଡି ଓ ବିଜେପି ମେଣ୍ଟ ହୁଏ ତେବେ ମୋହନା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ ଙ୍କ ପାଇଁ ଶୁଭଙ୍କର ହେବ ବୋଲି ଅଞ୍ଚଳରେ ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି। କିଛି ନିର୍ଦ୍ଧିଷ୍ଟ ସଂପ୍ରଦାୟର ଭୋଟ କଂଗ୍ରେସ ଯିବା ନିଶ୍ଚିତ ବୋଲି ଲୋକ କୁହା କୁହି ହେଉଥିବା ପ୍ରକାଶ। ତେଣୁ ସ୍ଥାନୀୟ ବିଧାୟକ ଦାଶରଥି ଗମାଙ୍ଗ ମୋହନା ଅଞ୍ଚଳର ଦୁର୍ଗମ ଅଞ୍ଚଳ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ନିଜ କର୍ମକର୍ତ୍ତାଙ୍କୁ ସାଙ୍ଗରେ ନେଇ କଂଗ୍ରେସ ଆସୁଛି ପୋଷ୍ଟର ବା ବେନର ମାରିଥିବା ଦେଖିବାକୁ ମିଳୁଛି। ଦେଖିବାକୁ ବାକି ରହିଲା ଆଗାମୀ ନିର୍ବାଚନରେ ମୋହନା ନିର୍ବାଚନରେ କିଏ ବାଜିମାରି ବିଜୟ ହାସଲ କରି ବିଧାୟକ ହେଉଛି।