Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ସହର ଉପକଣ୍ଠ ରେ ଥିବା ର୍ସିୟୁଟିଏମ୍ ରେ ଛାତ୍ର ଅସନ୍ତୋଷ, ପୋଲିସକୁ ମାରପିଟ ଅଭିଯୋଗ

ପାରଳାଖେମୁଣ୍ଡି:୧୭/୩(ଗରୁଡ଼ ଧ୍ଵଜ ଚୌଧୁରୀ) ଦୀର୍ଘ ବର୍ଷ ପରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ତଥା ଗୋଷାଣି ବ୍ଲକ ଆର୍.ସୀତାପୁର ଗ୍ରାମ ନିକଟରେ ଥିବା ସେଞ୍ଚୁରିୟନ ବିଶ୍ବ ବିଦ୍ୟାଳୟରେ କୌଣସି କାରଣକୁ ନେଇ ଛାତ୍ରମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବାର ଜଣାପଡିଛି । ଗତକାଲି ବିଳମ୍ବିତ ରାତ୍ର ସମୟରେ ଛାତ୍ରମାନେ ଉତ୍ତେଜିତ ହୋଇ କ୍ୟାମ୍ପସ ମଧ୍ୟରେ ହାଙ୍ଗାମା କରୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି । ସୂଚନା ମୁତାବକ ରାତ୍ର ସମୟରେ ଛାତ୍ରମାନେ ସଂଘବଦ୍ଧ ହୋଇ ସିୟୁଟିଏମ୍ କ୍ୟାମ୍ପସରେ ହୋ ହାଲ୍ଲା କରୁଥିଲେ । ତେବେ ଏପରି କାହା ବିରୋଧରେ ଅସନ୍ତୋଷ ପ୍ରକଟ କରୁଥିଲେ ସ୍ପଷ୍ଟ ଭାବେ ଜଣାପଡି ନଥିଲେ ମଧ୍ୟ ଗୁରାଣ୍ଡି ପୋଲିସକୁ ଖବର ଦିଆଯାଇଥିଲା ।ଘଟଣା ସ୍ଥଳରେ ଗୁରାଣ୍ଡି ପୋଲିସ ପହଞ୍ଚି ଆୟତ୍ତ କରିବା ପାଇଁ ଶେଷ୍ଠ କରୁଥିବା ବେଳେ କେତେକ ବାହାର ରାଜ୍ୟ ଅଣ ଓଡିଆ ଛାତ୍ରମାନେ ପୋଲିସ ସହ ଧସ୍ତାଧସ୍ତି ହେବା ସହ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଏହାପରେ ପାରଳାଖେମୁଣ୍ଡି ଠାରୁ ପୋଲିସ୍ ଫୋର୍ସ ପହଞ୍ଚି ଉତ୍ତେଜିତ ଛାତ୍ରଙ୍କୁ ବୁଝାସୁଝା କରିଥିଲେ । ହେଲେ କୌଣସି କାରଣରୁ ଉତ୍ତେଜିତ ଥିବା ଛାତ୍ରମାନେ ପଛଘୁଞ୍ଚା ଦେଇନଥିଲେ ମଧ୍ୟ ପୋଲିସ ଘୋଡାଇବାରୁ ସେମାନେ ନିଜ ନିଜ କ୍ୟାମ୍ପସ ମଧ୍ୟକୁ ଯାଇଥିଲେ । ଏପରି କି କିଛି ଛାତ୍ର ପୋଲିସ ମାଡ ମାରିଥିବାର କହି ଭିଡିଓ ଭାଇରାଲ କରିଛନ୍ତି । ତେବେ ଏନେଇ ସିୟୁଟିଏମ୍ କର୍ତ୍ତୃପକ୍ଷ ସାଧାରଣ ବଚସା ହୋଇଥିବା କହୁଥିଲା ବେଳେ ପୋଲିସ ଘଟଣାର ଅନୁଧ୍ୟାନ କରୁଥିବା କହିଛି । ଆଜି ମଧ୍ୟ ସିୟୁଟିଏମ୍ ପରିସରରେ ବ୍ୟାପକ ପୋଲିସ ମୁତୟନ ହୋଇଥିବାର ଦେଖିବାକୁ ମିଳିଛି ଅନ୍ୟପକ୍ଷରେ ଏହି ଛାତ୍ରମାନେ କାହା ବିରୁଦ୍ଧରେ ସ୍ୱର ଉତ୍ତାଳନ କରୁଥିଲେ, କାହିଁକି ଅଧାରାତ୍ରରେ କ୍ୟାମ୍ପସରେ ହାଙ୍ଗାମା କରୁଥିଲେ ତାର କୌଣସି ସଠିକ ଉତ୍ତର କାହାରି ପାଖରେ ନାହିଁ । ହେଲେ ଉତ୍ତେଜିତ ଛାତ୍ରଙ୍କ ଦ୍ବାରା ମାଡ ଖାଇଥିବା ପୋଲିସ କଣ ପଦକ୍ଷେପ ଗ୍ରହଣ କରୁଛି ନାଁ ଚୁପ ରହୁଛି ତାହା ପରବର୍ତୀ ସମୟରେ ସ୍ୱଷ୍ଟ ହେବ । ପ୍ରକାଶ ଥାଉକି ଏହି ସିୟୁଟିଏମ୍ ବିଶ୍ବବିଦ୍ୟାଳୟ ବୈଷୟିକ ଜ୍ଞାନ କୌଶଳ ପାଠ୍ୟକ୍ରମ ଓ ଶୃଙ୍ଖଳିତ ଶିକ୍ଷାଦାନରେ ଖ୍ୟାତି ଅର୍ଜନ କରିଥିବା ବେଳେ ବିଶ୍ବବିଦ୍ୟାଳୟର ଛାତ୍ରମାନେ କାହିଁକି ଉତ୍ତେଜିତ ହୋଇ ପୋଲିସକୁ ଆକ୍ରମଣ କଲେ ତାହାକୁ ନେଇ ସାଧାରଣରେ ଆଲୋଚନା ହେବାସହ ଘଟଣାକୁ ନେଇ ନାନାଦି ପ୍ରଶ୍ନ ସୃଷ୍ଟି ହେଉଛି ସାଧାରଣ ନିର୍ବାଚନ ତାରିଖ ଘୋଷଣା ହୋଇ ସାରିଥିବାରୁ ପୋଲିସ ପ୍ରଶାସନ ସିୟୁଟିଏମ୍ ପରିସରରେ ପୂର୍ବଭଳି ଶାନ୍ତ ବାତାବରଣ ବଜାୟ ରଖିବା ପାଇଁ ଉଦ୍ୟମ ଜାରି ରଖିଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories